ଓଡିଶା

odisha

ETV Bharat / state

ବଲାଙ୍ଗୀରରେ କାର ଦୁର୍ଘଟଣାଗ୍ରସ୍ତ; ସାମ୍ବାଦିକଙ୍କ ସମେତ 3 ମୃତ - କାର ଦୁର୍ଘଟଣାରେ ସାମ୍ବାଦିକ ମୃତ

ବଲାଙ୍ଗୀରର ଦେଓଗାଁ ଥାନା ନିକଟରେ ଭୁବନେଶ୍ବର ଯାଉଥିବା କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସାମ୍ବାଦିକଙ୍କ ସମେତ 3ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Car accident in Balangir; 2 died, 2 injured
ବଲାଙ୍ଗୀରରେ କାର ଦୁର୍ଘଟଣାଗ୍ରସ୍ତ, 2 ମୃତ

By

Published : Feb 5, 2021, 11:48 AM IST

Updated : Feb 5, 2021, 8:09 PM IST

ବଲାଙ୍ଗୀର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3 ମୃତ । ଦେଓଗାଁ ଥାନା ସାଗରପାଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ କାରଟି ନବରଙ୍ଗପୁରରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲା ।

ବଲାଙ୍ଗୀରରେ କାର ଦୁର୍ଘଟଣାଗ୍ରସ୍ତ; ସାମ୍ବାଦିକଙ୍କ ସମେତ 3 ମୃତ

ନବରଙ୍ଗପୁରରୁ ଏକ ଇନୋଭା ଗାଡିରେ ଚାରିଜଣ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲେ । ସାଗରପାଲି ନିକଟରେ ଭାରସାମ୍ୟ ହରାଇ ଇନୋଭା ଗାଡିଟି ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ 2ଜଣ ଗୁରୁତର ହୋଇଥିଲେ । 2 ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ମେଡିକାଲକୁ ଯିବା ରାସ୍ତାରେ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ରାମେଶ୍ବର ବୋଲି ଜଣାପଡିଛି । ଅନ୍ୟ ମୃତକମାନେ ହେଲେ ବ୍ୟାଙ୍କ ମ୍ୟାନେଜର ରାକେଶ ହେମ୍ରମ ଓ ସାମ୍ବାଦିକ ସତେଇ ମାଦନା ।

ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । 2 ଗୁରୁତରଙ୍କୁ ମଧ୍ୟରୁ ଜଣେ ଇନୋଭା ଗାଡିର ଡ୍ରାଇଭର ଭୀମ ହରିଜନ ବୋଲି ଜଣାପଡିଥିବା ବେଳେ ଜଣଙ୍କ ନାମ ରାମେଶ୍ବର ବୋଲି ଜଣାପଡିଥିଲା । ତେବେ ରାମେଶ୍ବରଙ୍କ ବୁର୍ଲା ମେଡିକାଲ ରାସ୍ତାରେ ମୃତ୍ୟୁ ଘଟିଛି । ଅନ୍ୟପଟେ ମୃତବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ଦେଓଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Feb 5, 2021, 8:09 PM IST

ABOUT THE AUTHOR

...view details