ଓଡିଶା

odisha

ETV Bharat / state

ଭ୍ରମର ପ୍ରେମରେ ବଲାଙ୍ଗୀରର ଭମର, ରଖିଛନ୍ତି ୫ ହଜାରରୁ ଉର୍ଦ୍ଧ୍ବ ପ୍ରଜାପତି - ପ୍ରଜାପତି ପ୍ରେମରେ ବଲାଙ୍ଗୀର ଯୁବକ ହାର୍ଦ୍ଦିକ

ବଲାଙ୍ଗୀରର ଯୁବକ ହାର୍ଦ୍ଦିକ ତାଙ୍କର ଭିନ୍ନ ସଂଗ୍ରହ ପାଇଁ ଏବେ ଚର୍ଚ୍ଚାରେ। ଲାଙ୍ଗୀରର ଯୁବକ ହାର୍ଦ୍ଦିକ ଭମର ଛୋଟ ଦିନରୁ ହିଁ ପ୍ରଜାପତିର ସୋନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଏଯାବତ 5 ହଜାର 824 ପ୍ରକାରର ପ୍ରଜାପତି ସଂଗ୍ରହ କରି ଏବେ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ପ୍ରଜାପତି ପ୍ରେମରେ ବଲାଙ୍ଗୀର ଯୁବକ ହାର୍ଦ୍ଦିକ
ପ୍ରଜାପତି ପ୍ରେମରେ ବଲାଙ୍ଗୀର ଯୁବକ ହାର୍ଦ୍ଦିକ

By

Published : Nov 8, 2021, 11:50 AM IST

ବଲାଙ୍ଗୀର: ବିଭିନ୍ନ ସମୟରେ ଅନେକ ଲୋକ ଭିନ୍ନ ଭିନ୍ନ କାମ କରି ନିଜର ପରିଚୟ ସୃଷ୍ଟି କରି ଆସିଛନ୍ତି। ସେହିପରି ବଲାଙ୍ଗୀରର ଯୁବକ ହାର୍ଦ୍ଦିକ ତାଙ୍କର ଭିନ୍ନ ସଂଗ୍ରହ ପାଇଁ ଏବେ ଚର୍ଚ୍ଚାରେ। ବଲାଙ୍ଗୀରର ଯୁବକ ହାର୍ଦ୍ଦିକ ଭମର ଛୋଟ ଦିନରୁ ହିଁ ପ୍ରଜାପତିର ସୋନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ପ୍ରକାରର ପ୍ରଜାପତି ଓ ପ୍ରଜାପତି ସମ୍ପର୍କିତ ସାମଗ୍ରୀର ସଂଗ୍ରହ କରି ଆସୁଛନ୍ତି। ଯାହା ପାଇଁ ସେ ବିଶ୍ଵର ଅନେକ ଯାଗା ଭ୍ରମଣ କରି ବିଭିନ୍ନ ପ୍ରକାର ଓ ପ୍ରଜାତିର ପ୍ରଜାପତି ସଂଗ୍ରହ କରିଛନ୍ତି।

ପ୍ରଜାପତି ପ୍ରେମରେ ବଲାଙ୍ଗୀର ଯୁବକ ହାର୍ଦ୍ଦିକ

କେବଳ ପ୍ରଜାପତି ନୁହେଁ ଏହା ସହିତ ସେ ପ୍ରଜାପତି ଛବି ଥିବା ମୁଦ୍ରା, ନୋଟ, ଷ୍ଟାମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସଂଗ୍ରହ କରିଛନ୍ତି। ଯାହାକୁ ସେ ନିଜ ସଂଗ୍ରହାଳୟରେ ସାଇତି ରଖିଛନ୍ତି ଏବଂ ଏହାକୁ ନେଇ ସେ ଗିନିଜ, ବିଶ୍ଵ ରେକର୍ଡରେ ସ୍ଥାନିତ କରିବାକୁ ଚେଷ୍ଟା କରିଛନ୍ତି। ତେବେ ତାଙ୍କର ସଂଗ୍ରହ ଭିନ୍ନ ଥିବାରୁ ସେ ନିଶ୍ଚୟ ଏଥିରେ ସଫଳ ହେବେ ବୋଲି ଆଶାବାଦି ଅଛନ୍ତି। ବଲାଙ୍ଗୀରର ଯୁବକ ହାର୍ଦ୍ଦିକ ଭମର ପେଶାରେ ଜଣେ ବ୍ୟବସାୟୀ ଏବଂ ତାଙ୍କର ପ୍ରଜାପତି ପ୍ରତି ରହିଛି ଅହେତୁକ ପ୍ରେମ। ଯାହା ଏବେ ତାଙ୍କର ନିଶା ପାଲଟିଥିବା ବେଳେ ପ୍ରଜାପତି ଓ ପ୍ରଜାପତି ସମ୍ପର୍କିତ ସାମଗ୍ରୀ ସଂଗ୍ରହ କରିବାରେ ଛୋଟ ଦିନରୁ ଲାଗି ପଡିଛନ୍ତି।

ଏଯାବତ୍ ସେ 5 ହଜାର 824 ପ୍ରକାରର ପ୍ରଜାପତି ସଂଗ୍ରହ କରି ସାରିଛନ୍ତି। ଗତକାଲି(ରବିବାର) ଯାହାର ଅନୁଧ୍ୟାନ କରିଛନ୍ତି ଏକ ବିଶେଷଜ୍ଞ ଦଳ ଏବଂ ଏହାର ଏକ ବିସ୍ତୃତ ରିପୋର୍ଟ ସେମାନେ ଗିନିଜ ବିଶ୍ଵ ରେକର୍ଡ, ଲିମକା ବୁକ୍ ଅଫ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ତଥା ଏସିଆ ବୁକ ଅଫ ରେକର୍ଡକୁ ପଠାଇବେ ବୋଲି କହିଛନ୍ତି। ଆଉ ତାଙ୍କ ରିପୋର୍ଟ ଆଧାରରେ ସେ ବିଶ୍ଵ କିର୍ତ୍ତିମାନରେ ସ୍ଥାନ ପାଇବେ ବୋଲି କୁହାଯାଇଛି। ତେବେ ବଲାଙ୍ଗୀରର ଯୁବକ ହାର୍ଦ୍ଦିକଙ୍କ ଏହି ନିଆରା ସଂଗ୍ରହ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିବା ବେଳେ ଆଗକୁ ସେ ଏଥି ପାଇଁ ସାରା ବିଶ୍ବରେ ଜଣା ଯିବେ ବୋଲି ଆଶା କରାଯାଉଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details