ଓଡିଶା

odisha

ETV Bharat / state

ଆଜି ବଲାଙ୍ଗୀରରେ ଗଡିଲା ନାହିଁ ବସ୍‌

ଆଜି ବଲାଙ୍ଗୀରରେ ବସ୍‌ ଗାଡି ପାରିନାହିଁ । ଆଗାମୀ 1 ତାରିଖ ପୂର୍ବରୁ ଏଠାରେ ବସ ଗଡିବ ନାହିଁ ବୋଲି ଜଣାପଡ଼ିଛି।

By

Published : May 28, 2020, 5:07 PM IST

bus-service-did-not-started-in-balangir-today
ଆଜି ବଲାଙ୍ଗୀରରେ ଗଡିଲା ନାହିଁ ବସ୍‌

ବଲାଙ୍ଗୀର: ସରକାର ଓ ବସ ମାଲିକ ସଙ୍ଘ ବୈଠକ ପରେ ରାଜ୍ୟରେ ଆଜି ବସ୍‌ ଗଡ଼ିଛି । ହେଲେ ବଲାଙ୍ଗୀରରେ ବସ୍‌ ଗଡି ପାରିନାହିଁ । ଆଗାମୀ 1 ତାରିଖ ପୂର୍ବରୁ ଏଠି ବସ ଗଡିବ ନାହିଁ ବୋଲି ଜଣାପଡ଼ିଛି।

ଆଜି ବଲାଙ୍ଗୀରରେ ଗଡିଲା ନାହିଁ ବସ୍‌

ସରକାର ଓ ବସ ମାଲିକ ସଙ୍ଘ ବୈଠକ ପରେ ରାଜ୍ୟରେ ଆଜି ବସ ଗଡ଼ିଛି ହେଲେ ବଲାଙ୍ଗୀରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେଉଁଥିରେ ଆଜି ବଲାଙ୍ଗୀରରେ ବସ ଗଡି ପାରିନାହିଁ। ତେବେ ଏଠିକାର ସବୁ ବସ ସରକାରଙ୍କ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇ ପ୍ରବାସୀ ଶ୍ରମିକଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ଅଛି । ସେହିପରି ଯାହା ବସ ଅଛି ସେ ସବୁରେ କର୍ମଚାରୀ ନଥିବା ମଧ୍ୟ ସମସ୍ୟା ହୋଇଛି ।

ସମାନ ଭାବରେ ବସରେ ନେଲା ଭଳି ଯାତ୍ରୀ ହେଉନଥିବା ବେଳେ କ୍ଷତି ସହି ବସ ଚଳାଇବା ସମ୍ଭବ ନୁହେଁ ବୋଲି ଏଠିକାର ବସ ମାଲିକ ସଂଘ କହିଛି । ତେବେ ଆସନ୍ତାକାଲି ବଲାଙ୍ଗୀର ବସ ମାଲିକ ସଂଘର ବୈଠକ ବସିବ ଏବଂ ଆସନ୍ତା 1 ତାରିଖ ପରେ ଏଠି ବସ ଚଳାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ତେବେ ଶେଷ ନିଷ୍ପତ୍ତି ଅନୁସାରେ ଏଠି ଆସନ୍ତା 7 ତାରିଖରେ ବସ ଗଡ଼ିବ ବୋଲି ଜଣା ପଡ଼ିଛି ।

ବଲାଙ୍ଗୀରରୁ ଶେକ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details