ବଲାଙ୍ଗୀର:ବିବାହ ଉତ୍ସବ ପାଲଟିଲା ରଣକ୍ଷେତ୍ର । ବିବାହ ଉତ୍ସବରେ କନ୍ୟାର ବଡ଼ ଭାଇ ଓ ଦୁଇ ଜଣଙ୍କୁ ଛୁରାମାଡ଼ କଲେ ବର ପକ୍ଷ । ଏହାପରେ ବିବାହ ବନ୍ଦ ହୋଇଥିବା ବେଳେ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆକ୍ରମଣରେ ଗୁରୁତର ହୋଇପଡ଼ିଥିବା କନ୍ୟା ବଡ଼ ଭାଇକୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ବର ପକ୍ଷର ନାଚକୁ ନେଇ ଏଭଳି ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ଜିଲ୍ଲା ତୁରେକେଲା ଥାନା ବଡ଼ ବାଙ୍କୀ ପଞ୍ଚାୟତ ମୁରିବାହାଳ ଗ୍ରାମରେ ଘଟିଛି ଏପରି ଘଟଣା ।
ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ଯୁବତୀ ପ୍ରମିଳା ତାଣ୍ଡି ବିବାହ ରାୟପୁର କୁକୁରବେଡ଼ା ଗ୍ରାମର ଜୟନ୍ତ ଛୁରା ସହ ହେବାର ଥିଲା । ଏଥିପାଇଁ ଆଜି ବରଯାତ୍ରୀ ଉକ୍ତ ଗାଁକୁ ଆସିଥିଲେ ଏବଂ ବରଯାତ୍ରୀ ଶୋଭାଯାତ୍ରାରେ ବରକୁ ଗାଁରେ ବୁଲାଇଥିଲେ । ସେପଟେ କନ୍ୟା ଘର ପାଖ ହେବା ବେଳେ ବରଯାତ୍ରୀଙ୍କ ନାଚକୁ ନେଇ କନ୍ୟା ପକ୍ଷ ସହ ଗଣ୍ଡଗୋଳ ଉପୁଜିଥିଲା । ତେବେ ଏହାର ସମାଧାନ ପାଇଁ କନ୍ୟାର ବଡ଼ ଭାଇ ଚିନ୍ତା ତାଣ୍ଡି ଓ ତାଙ୍କ ଦୁଇ ସହଯୋଗୀ ଆଗକୁ ଆସିଥିଲେ। ହେଲେ ଏହି ସମୟରେ ବରପକ୍ଷରୁ କିଛି ଯୁବକ ଗଣ୍ଡଗୋଳ କରିବା ସହ କନ୍ୟାର ବଡ଼ ଭାଇକୁ ଛୁରୀରେ ଆକ୍ରମଣ କରିଥିଲେ ।
ଏହା ବି ପଢନ୍ତୁ- ରିଲରୁ ରିୟଲ ଲାଇଫ, ସାତ ଜନ୍ମର ସାଥି ହେଲେ ରୋଶନ-ମୁନିଆ