ଓଡିଶା

odisha

ETV Bharat / state

ନିୟତିର ଖେଳ: ଭଉଣୀକୁ ବଞ୍ଚାଇ ଚାଲିଗଲା ଭାଇ

ବଲାଙ୍ଗୀରର ଗୁରୁଣ୍ଡା ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଭଉଣୀକୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ମୃତକ ହେଲେ କର୍ଣ୍ଣଦାନୀ ସରାପ ।

By

Published : Sep 4, 2019, 1:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରୁବାହାଲ ଥାନା ଅଧିନସ୍ଥ ଗୁରୁଣ୍ଡା ଗାଁରେ । ମୃତକ ହେଲେ କର୍ଣ୍ଣଦାନୀ ସରାଫ । ବିଦ୍ୟୁତ୍‌ ଆଘାତରୁ ସାନ ଭଉଣୀକୁ ବଞ୍ଚାଇବା ବେଳେ ମୃତ୍ୟୁର ଶିକାର ହୋଇଛନ୍ତି ସେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପୁରା ଘଟଣା ଏମିତି, ମୃତ ରାଜେଶଙ୍କ ଭଉଣୀ ପ୍ରେମଲତା ବୁଧବାର ଘର ବାହାରେ ଝାଡୁ କରୁଥିଲେ । ଏହି ସମୟରେ ସେ ହଠାତ୍ ଗଣେଶ ପୂଜା ପାଇଁ ସଜ୍ଜିତ ହୋଇଥିବା ଲିଚୁ ବଲ୍‌ବ ସଂସ୍ପର୍ଶରେ ଆସିଯାଇଥିଲେ । ସଙ୍ଗେସଙ୍ଗେ ସାନ ଭଉଣୀକୁ ବଞ୍ଚାଇବା ପାଇଁ ଭାଇ ରାଜେଶ ଲାଗି ପଡିଥିଲେ । ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅଚେତ୍‌ ହୋଇପଡିଥିଲେ । ତାଙ୍କୁ ସଙ୍ଗେସଙ୍ଗେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଉଣୀ ପାଇଁ ଭାଇ ଜୀବନ ଦେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details