ଓଡିଶା

odisha

ETV Bharat / state

Panchayat Takkar: ମାଓ ଇଲାକାରେ କେମିତି ହେବ ମତଦାନ ? ଭୟରେ ପ୍ରାର୍ଥୀ ଓ ଭୋଟର - Panchayat Takkar in Balangir

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଉଠୁଛି ପଢୁଛି ଗାଁ ଗଣ୍ଡା । ନିର୍ବାଚନ ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ, ବର୍ଷୁଛି ପ୍ରତିଶୃତିର ପାହାଡ । ମାତ୍ର ବଲାଙ୍ଗୀରର ମାଓ ପ୍ରଭାବିତ ଅଞ୍ଚଳ ସୁରେକେଲା, ବେଲପଡା, ଖପରାଖୋଲ, ପାଟଣାଗଡ, ମୁରିବାହାଲ ଆଦି ବ୍ଲକରେ ରହିଛି କିନ୍ତୁ ଚିତ୍ର କିନ୍ତୁ ଭିନ୍ନ । ଏଠାରେ ନିର୍ବାଚନ ହେଉଛି ସତ କିନ୍ତୁ ନା ପ୍ରଚାର ଗୀତ ବାଜୁଛି ନା ବଡବଡ ବଡିଆ ନେତାଙ୍କ ଦେଖା ମିଳୁଛି । ଅଧିକ ପଢନ୍ତୁ

Panchayat Takkar: ମାଓ ଇଲାକାରେ କେମତି ହେବ ଭୋଟ? ଭୟରେ ପ୍ରାର୍ଥୀ ଓ ଭୋଟର
Panchayat Takkar: ମାଓ ଇଲାକାରେ କେମତି ହେବ ଭୋଟ? ଭୟରେ ପ୍ରାର୍ଥୀ ଓ ଭୋଟର

By

Published : Feb 13, 2022, 3:45 PM IST

Updated : Feb 13, 2022, 5:03 PM IST

ବଲାଙ୍ଗୀର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଜିଲ୍ଲାର ସବୁ ପଞ୍ଚାୟତରେ ରାଜନୈତିକ ଉଷ୍ମତା ରହିଛି। ହେଲେ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠାରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ସୁରେକେଲା, ବେଲପଡା, ଖପରାଖୋଲ, ପାଟଣାଗଡ, ମୁରିବାହାଲ ଏହି ୫ଟି ମାଓପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ଏତେଟା ଦେଖିବାକୁ ମିଳୁନାହିଁ, ଏମିତିକି ବଡବଡ ନେତାଙ୍କ ପାଦ ପଡିନି ଏହି ଅଞ୍ଚଳ ଗୁଡିକରେ ।

Panchayat Takkar: ମାଓ ଇଲାକାରେ କେମତି ହେବ ଭୋଟ? ଭୟରେ ପ୍ରାର୍ଥୀ ଓ ଭୋଟର

ପୂର୍ବରୁ ଏଠି ବିକାଶର ଧାରା ଏଥିଯୋଗୁଁ ବାଧାପ୍ରାପ୍ତ ହୋଇ ଆସିଛି । ଗାଁକୁ ରାସ୍ତା ହେଉ କିମ୍ବା ପିଇବା ପାଣି ଓ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବହୁ ଦୂରରେ ଅଛନ୍ତି ଏଠିକାର ଲକ୍ଷାଧିକ ନାଗରିକ। ସେହିପରି ବିକାଶ ରୁ ଦୂରରେ ଥିବା ଏହି ଅଞ୍ଚଳର ଯୁବପିଢି ବାଧ୍ୟ ହୋଇ ଗାଁ ମାଟି ଛାଡ଼ି ବାହାର ରାଜ୍ୟକୁ ପେଟ ପାଟଣା ପାଇଁ ଯାଉଛନ୍ତି। ତେବେ ଏହି ସବୁ ଅଞ୍ଚଳରେ ସବୁଥର ପଞ୍ଚାୟତ ନିର୍ବାଚନ ହୋଇଥାଏ। ହେଲେ ମାଓବାଦୀଙ୍କ ଭୟରେ ନେତା ଗାଁ ମାଟି ମାଡ଼ି ନଥାନ୍ତି।

ଯାହାଫଳରେ ସାଧାରଣ ଲୋକଙ୍କ ସୁଖ ସୁବିଧା କେହି ବୁଝିପାରି ନଥାନ୍ତି । ସେହିପରି ଏଥର ମଧ୍ୟ ମାଓବାଦୀଙ୍କ ଭୋଟ ବର୍ଜନ ଆହ୍ବାନକୁ ନେଇ ଲୋକେ ଭୟଭୀତ ଥିବାବେଳେ ପଞ୍ଚାୟତ ନିର୍ବାଚନ କେମିତି ହେବ ତାକୁ ନେଇ ପ୍ରଶ୍ନ ଛିଡା ହୋଇଛି। ଯଦିଓ ପ୍ରଶାସନ ଓ ପୋଲିସ୍ ଅନେକ ଅଞ୍ଚଳକୁ ମାଓମୁକ୍ତ କରିଥିବାର କହିଛନ୍ତି ତଥାପି ଲୋକଙ୍କ ମନରେ ଭୟ ରହିଛି। ସେପଟେ ଏହାରି ମଧ୍ୟରେ କିଛି ନେତା ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ଏବଂ ଅଞ୍ଚଳର ବିକାଶ ପାଇଁ ନିର୍ବାଚନ ଲଢୁଥିବା କହିଛନ୍ତି।

ବଲାଙ୍ଗୀର ଜିଲ୍ଲା ଅବସ୍ଥିତି ମାଓବାଦୀଙ୍କ ପାଇଁ ସୁବିଧା ଜନକ ରହିଆସିଛି। ବଲାଙ୍ଗୀର ଜିଲ୍ଲା ଚାରି ପେଟ ବନ ପାହାଡ଼ ଘେରା ହୋଇଥିବା ବେଳେ ବଲାଙ୍ଗୀର ସଂଲଗ୍ନ ତିନୋଟି ଜିଲ୍ଲାର ସୀମାରେ ଏହି ମାଓ ଗତିବିଧି ଅଧିକ ରହିଛି। ତେବେ 2009 ମସିହାରୁ ଏଠି ମାଓ ତାଙ୍କର କାୟା ବିସ୍ତାର କରିଥିବା ବେଳେ ବଲାଙ୍ଗୀର ବରଗଡ ଓ ମହାସମୁନ୍ଦ ଡିଭିଜନ କମିଟି ନାରେ ଏଠି ମାଓବାଦୀ ତାଙ୍କର ଗତିବିଧି ଜାରି ରଖିଛନ୍ତି।

ସେହିପରି ମାଓବାଦୀ ଚାରି ଜଣ ସାଧାରଣ ନାଗରିକକୁ ଏଯାଏଁ ହତ୍ୟା କରିଥିବା ବେଳେ ପୋଲିସ ମଧ୍ୟ ଏପର୍ଯ୍ୟନ୍ତ ଚାରି ଜଣ କୁଖ୍ୟାତ ମାଓବାଦୀଙ୍କୁ ହତ୍ୟା କରି ସାରିଛି।ସେହିପରି 20 ରୁ ଅଧିକ ମାଓବାଦୀ ଓ ମାଓ ସହଯୋଗୀଙ୍କୁ ପୋଲିସ ଗିରଫ ମଧ୍ୟ କରି ସାରିଛି। ଏହାଛଡା ଅନେକ ସମୟରେ ପୋଲିସ ଓ ମାଓ ମଧ୍ୟରେ ଲଢେ଼ଇ ଏଠି ହୋଇ ଆସୁଛି। ତେବେ ଏଭଳି ପରିସ୍ଥିତିରେ ଏଠି ନିର୍ବାଚନ କେମିତି ହେବ ଓ ଲୋକେ କେତେ ଏଥିରେ ଭାଗ ନେବେ ତାହା ସମୟ ହିଁ କହିବ। ସେପଟେ ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳକୁ ନେତାଙ୍କୁ ପୋଲିସ ବାରଣ କରିଥିବା ବେଳେ ବଡ଼ ବଡିଆ ନେତା ଏହି ସବୁ ଅଞ୍ଚଳ ରେ ଏଯାଏଁ ପାଦ ମାଡ଼ି ପାରି ନାହାଁନ୍ତି ଓ ନିର୍ବାଚନ ପ୍ରଚାର ମଧ୍ୟ ହୋଇ ପାରି ନାହିଁ।

ସେପଟେ ପ୍ରଶାସନ ଓ ପୋଲିସ ଏହାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି। ଅନେକ ସ୍ଥାନରେ ସିଆରପିଏଫ୍, ଡିଭିଏଫ୍ ଓ ପୋଲିସ୍ ଫୋର୍ସ ମୁତୟନ କରିଛି। ନିର୍ବାଚନ ବିନା ବାଧାରେ କେମିତି ହେବ ତା ପାଇଁ ଚେଷ୍ଟା ଜାରି ରଖିଛି।ତେବେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ଏକ ବଡ଼ ଚେଲେଞ୍ଜ ହୋଇଛି ନିଶ୍ଚୟ। କିନ୍ତୁ ଲୋକ ମଧ୍ୟ ଏବେ ବିକାଶର ରାସ୍ତା ଧରିବାକୁ ସ୍ଥିର କରିଛନ୍ତି। ଏବଂ ଏଥିରେ ସ୍ଥାନୀୟ ନେତା ଓ ଲୋକ ଆଗକୁ ଆସୁଥିବାର ଦେଖିବାକୁ ମିଳିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Feb 13, 2022, 5:03 PM IST

ABOUT THE AUTHOR

...view details