ବଲାଙ୍ଗୀର: ଆଷାଢ ଯାଇ ଶ୍ରାବଣ ଆସିଲାଣି ମାତ୍ର ବର୍ଷାର ଦେଖା ନାହିଁ । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଥିବା ବେଳେ ମରୁଡି ହେବା ଆଶଙ୍କା ଘାରିଛି। ଋଣ କରଜ କରି ଚାଷ ପାଇଁ ବିହନ ସାର ଯୋଗାଡ଼ କରିଥିଲେ। ଏବେ ବର୍ଷା ନହେବା ସାଜିଛି କାଳ। ବିଳମ୍ବିତ ବର୍ଷାରେ ଧାନ ବୁଣି ଥିଲେ ଚାଷୀ, ଆଶା ଥିଲା ଆଗକୁ ଭଲ ବର୍ଷା ହେବ । ଏପଟେ କିନ୍ତୁ ଜମି ଶୁଖି ଆଁ କରିଥିବା ବେଳେ ଧାନ ଚାରା ସବୁ ମାରିବାକୁ ବସିଲାଣି ।
ମରୁଡି ଆଶଙ୍କାରେ ବଲାଙ୍ଗୀର ଚାଷୀ - ମରୁଡି ଆଶଙ୍କା
ବର୍ଷା ନହେଲେ ମରୁଡି ନିଶ୍ଚିତ ବୋଲି ଆଶଙ୍କା କରୁଛନ୍ତି ବଲାଙ୍ଗୀର ଚାଷୀ । ବର୍ଷାର ଦେଖା ନଥିବା ବେଳେ ଧାନ ଗଜା ସବୁ ସୁଖି ମରିଯିବା ସ୍ଥିତିରେ । ଏବର୍ଷ ଆବଶ୍ୟକ ସମୟରେ ବର୍ଷା ନହେବା ଚାଷ କାମକୁ ବିଳମ୍ବିତ କରିଛି ।
ଡିଜାଇନ ଫଟୋ
ଜିଲ୍ଲାରେ 3 ପ୍ରତିଶତ ଜଳ ସେଚନ ସୁବିଧା ଥିବା ବେଳେ ଚାଷୀ ବର୍ଷାଜଳକୁ ଅପେକ୍ଷା କରିଥାନ୍ତି । ଏବର୍ଷ ଆବଶ୍ୟକ ସମୟରେ ବର୍ଷା ନହେବା ଚାଷ କାମକୁ ବିଳମ୍ବିତ କରିଛି । କ୍ଷେତରେ ସବୁ ଧାନ ଗଜା ସୁଖି ମିରିଯିବା ସ୍ଥିତିରେ ହେଲେ ଏଯାଏଁ କୌଣସି ସରକାରୀ ସହାୟତା ମିଳିପାରିନାହିଁ । ନା ଜିଲ୍ଲା ପ୍ରସାଶନ ନା କୃଷି ଅଧିକାରୀ କେହି ବି ଚାଷୀଙ୍କ ପାଖରେ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ