ଓଡିଶା

odisha

By

Published : Nov 13, 2020, 3:38 AM IST

ETV Bharat / state

7 ଲୁଟେରାଙ୍କ ଗିରଫ ସହ 11 ବାଇକ ଜବତ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ପୋଲିସକୁ ମିଳିଛି ସଫଳତା । 7 ଜଣ ବାଇକ ଲୁଟେରାଙ୍କୁ ଧରିବା ସହ 11 ବାଇକ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

7 ଲୁଟେରାଙ୍କ ଗିରଫ ସହ 11 ବାଇକ ଜବତ କଲା ବଲାଙ୍ଗୀର ପୋଲିସ
7 ଲୁଟେରାଙ୍କ ଗିରଫ ସହ 11 ବାଇକ ଜବତ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ଦେଓଗାଁ ଅଞ୍ଚଳରେ କିଛି ଦିନ ହେବ ଲୁଟ ରାହାଜାନୀ ଓ ଡକାୟତି ଘଟଣା ବଢ଼ି ଚାଲି ଥିବା ବେଳେ ଗୁରୁବାର ପୋଲିସକୁ ମିଳିଛି ସଫଳତା । 7 ଜଣ ବାଇକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ ।

7 ଲୁଟେରାଙ୍କ ଗିରଫ ସହ 11 ବାଇକ ଜବତ କଲା ବଲାଙ୍ଗୀର ପୋଲିସ

ଦୁଇଟି ଚୋରି ମାମଲାରେ ପୋଲିସ ୭ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୧ଟି ଚୋରି ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବିନାଶ ନାଗ, ସନ୍ତୋଷ କଲେତ, ସେବକ ନାଏକ, ରାକେଶ ହରପାଲ, ପ୍ରତାପ ସୁନା, ସୁବରାଜ ବାରିକ ଓ ଈଶ୍ବର ଚନ୍ଦ୍ର ଗୁର୍ଡା ।

ପୋଲିସ ସୂଚନା ଅନୁସାରେ ଗତ ଅକ୍ଟୋବର ୨୮ରେ ଭାରତ ଫାଇନାନ୍ସ କମ୍ପାନୀର ଫିଲ୍ଡ ଅଫିସର ଯୋଗେଶ୍ବର ନନ୍ଦ କିସ୍ତି ଟଙ୍କା ସଂଗ୍ରହ କରି ଦେଷଣ୍ଢ ଗାଁକୁ ଫେରୁଥିଲେ । ହେଲେ ରାସ୍ତାରେ ଜଣେ ଅଜଣା ଯୁବକ ତାଙ୍କୁ ଅଟକାଇ ବାଇକ ସହ ୪୬ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ବୁଧବାର ଦିନ ୧୧ଟା ବେଳେ ବନ୍ଧପଡ଼ା ପୋଲିସ ଫାଣ୍ଡିର ଏସଆଇ କମଳ ଲୋଚନ ତାଣ୍ଡି କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବିନା ନମ୍ବର ପ୍ଲେଟ୍ ବାଇକରେ ଆସୁଥିବା ଦେଷଣ୍ଢ ଗାଁର ସନ୍ତୋଷ କଲେତକୁ ଅଟକାଇଥିଲା ପୋଲିସ । ସନ୍ତୋଷକୁ ପଚରାଉଚରା ପରେ ଏହା ଚୋରି ବାଇକ ବୋଲି ପୋଲିସ ଜାଣିଥିଲା । ଏନେଇ ଦେଓଗାଁ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା । ତଦନ୍ତ ପରେ ଉଭୟ ଘଟଣାରେ ୭ ଜଣଙ୍କୁ ଗିରଫ କରିବା ସହ ୧୧ ଟି ଚୋରି ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details