ଓଡିଶା

odisha

ETV Bharat / state

ବଲାଙ୍ଗୀର ପୋଲିସ ଦ୍ବାରା ଡକାୟତ ଗ୍ୟାଙ୍ଗ ଗିରଫ - dacoit gang arrested from bolangir

ବଲାଙ୍ଗୀରେ ପୋଲିସ ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି । ଏହି ଡକାୟତ ଗ୍ୟାଙ୍ଗ ଠାରୁ ପୋଲିସ 6 ଲକ୍ଷ 50ହଜାର ଟଙ୍କା,ଗୋଟିଏ ମାଉଜର ସହ ଗୁଳି,ଦୁଇଟି ବାଇକ ଜବତ କରିଛି । ଏହି 6 ଜଣ ଡକାୟତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର

By

Published : Sep 29, 2019, 1:03 AM IST

ବଲାଙ୍ଗୀର : ଏକ ବଡ଼ ଡକାୟତିର ପୋଲିସ ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ପୋଲିସ ଖୁବ ଅଳ୍ପ ଦିନରେ ଏହି ସଫଳତା ପାଇଥିବା ବେଳେ ଏହି ଡକାୟତିରେ ସମ୍ପୃକ୍ତଥିବା ଛ ଜଣ ଡ଼କାୟତକୁ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ଗତ 22 ତାରିଖ ଦିନ ବଲାଙ୍ଗୀର ରାଧାରାଣୀ ପଡାର ବ୍ୟବସାୟୀ ଆନନ୍ଦ କୁମାର ଅଗ୍ରୱାଲ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ପିପର ସ୍ପ୍ରେ ମାରି କିଛି ଦୁବୃର୍ତ୍ତ ତାଙ୍କଠୁ 6 ଲକ୍ଷ ଟଙ୍କା ଲୁଟି ନେଇଥିଲେ । ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ସଫଳତା ପାଇବା ସହ ବଲାଙ୍ଗୀର ଅଭିଯୁକ୍ତ ଅଭିଶେକ ସାହୁ, ସାହିଲ ସୁନା,ପପୁ ସାହୁ, ସମୀର ବଡ଼ମଲ୍ଲିକ, ରାଜୁ ଭୁଏ ଓ ଆକାଶ ସରଭଙ୍ଗା କୁ ପୋଲିସ ଗିରଫ କରିଛି । ତେବେ ପୋଲିସ ଗିରଫ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଅଭିଷେକ ସାହୁ ପୋଲିସ ଉପରକୁ ଗୁଳିଚାଲନ କରିଥିଲା । କିନ୍ତୁ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଛି ।

ତେବେ ଗିରଫ ହୋଇଥିବା ଏହି ଡକାୟତ ମାନଙ୍କ ଠାରୁ ପୋଲିସ ଓ 6 ଲକ୍ଷ 50ହଜାର ଟଙ୍କା ,ଗୋଟିଏ ମାଉଜର ସହ ଗୁଳି ,ଦୁଇଟି ବାଇକ ଜବତ କରିଛି । ଏହି ଘଟଣାର ତଦନ୍ତ ଜାରି ରଖି ଥିବା ବେଳେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି । ସେହିପରି ଏମାନଙ୍କୁ ପୋଲିସ ରିମାଣ୍ଡରେ ଆଣି ଆହୁରି ପଚରା ଉଚରା କରିବା ବୋଲି ପୋଲିସ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହେଦ ,ଇଟିଭି ଭାରତ

ABOUT THE AUTHOR

...view details