ବଲାଙ୍ଗୀର: ଜାମ୍ମୁ-କାଶ୍ମୀର ପୁଲଓ୍ବାମା ସହିଦଙ୍କୁ ବଲାଙ୍ଗୀର ସିଆରପିଏଫ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏଥିରେ ଅନେକ ସାମାଜିକ ସଙ୍ଗଠନ ମଧ୍ୟ ସାମିଲ ହୋଇଛନ୍ତି । ବଲାଙ୍ଗୀର ସିଆରପିଏଫ କ୍ୟାମ୍ପରେ ଏହି ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଛି ।
ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସିଆରପିଏଫ - ପୁଲଓ୍ବାମା ସହିଦ ଯବାନ
ଜାମ୍ମୁ-କାଶ୍ମୀର ପୁଲଓ୍ବାମା ଠାରେ ସହିଦ ଯବାନଙ୍କୁ ବଲାଙ୍ଗୀର ସିଆରପିଏଫ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ । ଅଧିକ ପଢନ୍ତୁ...
ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ସିଆରପିଏଫ
ଆଜକୁ ଠିକ୍ ଦୁଇ ବର୍ଷ ତଳେ ପୁଲଓ୍ବାମା ଠାରେ ଆତଙ୍କୀ ଆକ୍ରମଣରେ 44 ଜଣ ଭାରତୀୟ ବୀର ଯବାନ ସହିଦ ହୋଇଥିଲେ । ଏହି ଦିନକୁ ମନେ ପକାଇ ବଲାଙ୍ଗୀର 189 ସିଆରପିଏ ବାଟାଲିୟାନ ସହିଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମାରୋହରେ 189 ସିଆରପିଏଫ କମାଣ୍ଡେଣ୍ଟ ଯେ ଏସ ମୋର୍ଯ୍ୟ, ଡେପୁଟି କମାଣ୍ଡେଣ୍ଟ ସୁରେଶ କୁମାର, ସେକେଣ୍ଡ କମାଣ୍ଡେଣ୍ଟ ପିତ୍ତବାସ ପଣ୍ଡା ପ୍ରମୁଖ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ