ଓଡିଶା

odisha

ETV Bharat / state

ବଲାଙ୍ଗୀର କଂଗ୍ରେସ ପକ୍ଷରୁ ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ - bolangir news

ବଲାଙ୍ଗୀର କଂଗ୍ରେସ ପକ୍ଷରୁ ଶୁକ୍ରବାର ଗଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅଧିକ ପଢନ୍ତୁ...

bolangir-congress-pay-tribute-to-galwan-valley-martyres
ବଲାଙ୍ଗୀର କଂଗ୍ରେସ ପକ୍ଷରୁ ଗଲୱାନ ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ

By

Published : Jun 26, 2020, 9:35 PM IST

ବଲାଙ୍ଗୀର: କଂଗ୍ରେସ ପକ୍ଷରୁ ଶୁକ୍ରବାର ସହିଦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗଲୱାନ ଉପତ୍ୟକାରେ ଶହୀଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ବଲାଙ୍ଗୀର କଂଗ୍ରେସ ପକ୍ଷରୁ ଗଲୱାନ ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ

ଶୁକ୍ରବାର ବଲାଙ୍ଗୀର କଂଗ୍ରେସର ଶତାଧିକ କର୍ମୀ ଏକାଠି ହୋଇ ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ମୌନ ଧାରଣା ଦିଆଯାଇଥିଲା। ଭାରତ ଚୀନ ସୀମା ବିବାଦରେ ଗଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଏମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତେବେ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ନ ଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details