ଓଡିଶା

odisha

ETV Bharat / state

ମେଡିସିନ ରିପ୍ରେଜେଣ୍ଟଟିଭ ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ - ଦଲାଲ ମୁକ୍ତ ଅଭିଯାନ

ଦଲାଲ ମୁକ୍ତ ଅଭିଯାନରେ ମେଡିସିନ ରିପ୍ରେଜେଣ୍ଟଟିଭଙ୍କ ଗରିଫ ପ୍ରତିବାଦରେ ବଲାଙ୍ଗୀରରେ ଓଏସଆରୟୁ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର

By

Published : Oct 1, 2019, 11:01 PM IST

ବଲାଙ୍ଗୀର : ମେଡ଼ିସିନ ରିପ୍ରେଜେଣ୍ଟଟିଭ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରାଜ୍ୟରେ ଚାଲି ରହିଥିବା ଦଲାଲ ମୁକ୍ତ ଅଭିଯାନରେ ସରକାର କିଛି ସ୍ଥାନରେ ମେଡ଼ିସିନ ରିପ୍ରେଜେଣ୍ଟଟିଭଙ୍କୁ ଗିରଫ କରିବାକୁ କରିଛନ୍ତି ବିରୋଧ । ରାଜ୍ୟର ସବୁ ମେଡିକାଲରେ ନିଜ କାମ ପାଇଁ ଯାଇପାରିବା ଅଧିକାରକୁ ନେଇ ଏହି ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର


ବଲାଙ୍ଗୀରରେ ମେଡ଼ିସିନ ରିପ୍ରେଜେଣ୍ଟଟିଭ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସରକାର ଦଲାଲ ମୁକ୍ତ ନାଁରେ କିଛି ସ୍ଥାନରେ ଏମାନଙ୍କୁ ଗିରଫ କରିବାକୁ ଏମାନେ ବିରୋଧ କରିଥିବା ବେଳେ ସବୁ ହସ୍ପିଟାଲରେ ଏମାନେ ନିଜ କାମ ପାଇଁ ଯାଇପାରିବାର ଅଧିକାରକୁ ନେଇ ଆଜି ଏହି ଘେରାଉ କରିଛନ୍ତି ।

ବଲାଙ୍ଗୀରର ଓଏସଆରୟୁ ସଙ୍ଗଠନର ଆହ୍ବାନ କ୍ରମେ ଶତାଧିକ ମେଡ଼ିସିନ ରିପ୍ରେଜେଣ୍ଟଟିଭ ସାମିଲ ହୋଇ ପ୍ରଥମେ ସହରରେ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରିଛନ୍ତି । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details