ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ବାଇପାସ ନିର୍ମାଣ ଦାବିରେ 2 ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଫଳରେ ସକାଳୁ ସକାଳୁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ପିକେଟିଂ କରିଥିବା ଦେଖିବାକୁ ମିଳିଥିଲା ।
ଦୁଇ ଦିନିଆ ବଲାଙ୍ଗୀର ବନ୍ଦ - bolangir band
3ଟି ଦାବି ନେଇ 2 ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଫଳରେ ବୁଧବାର ଗାଡି ଚଳାଚଳ ସ୍ବାଭାବିକ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ।
ବନ୍ଦ ଡାକରା ପ୍ରଭାବରେ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରହିଛି । ସେପଟେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଳାଚଳ ଏଠାରେ ସ୍ବାଭାବିକ ରହିଛି । ତେବେ ମୁଖ୍ୟ ଏହି ତିନୋଟି ଦାବି ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି କମିଟି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଆନ୍ଦୋଳନରେ ସିଧାସଳଖ ଓକିଲ ସଂଘ ସାମିଲ ହୋଇନଥିବା ବେଳେ ସମର୍ଥନ ଜଣାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ