ବଲାଙ୍ଗୀର: ବଲାଙ୍ଗୀର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଆକ୍ରମଣ ଘଟଣାରେ ଆଜି(ବୁଧବାର) ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଯେଉଁଥିରେ ବିଜେପିର ଶତାଧିକ କର୍ମୀ ଓ ନେତା ଲୋଇସିଂହା ଠାରେ ଆନ୍ଦୋଳନ କରିଛନ୍ତି । ସେହିପରି ଏମାନେ ବରଗଡ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଦୁଇ ଘଣ୍ଟା ଧରି ଅବରୋଧ କରିଥିଲେ ।
ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ପ୍ରତିବାଦରେ ବିଜେପିର ରାସ୍ତାରୋକ - ବଲାଙ୍ଗୀର ଲୋଇସିଂହା ବିଧାୟକ ଗାଡି ଆକ୍ରମଣକୁ ବିରୋଧ
ବଲାଙ୍ଗୀର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଗାଡ଼ିକୁ ଆକ୍ରମଣ ପ୍ରତିବାଦରେ ଓ ଦୋଷୀଙ୍କୁ ଗିରଫ ଦାବିରେ ବିଜେପିର ଆନ୍ଦୋଳନ । ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ଅବରୋଧ କରିଛନ୍ତି ବିଜେପି କର୍ମକର୍ତ୍ତାମାନେ । ଅଧିକ ପଢନ୍ତୁ
ବିଧାୟକ ମୁକେଶ ମହାଲିଙ୍ଗ ଗାଡ଼ିକୁ ଆକ୍ରମଣ ପ୍ରତିବାଦରେ ବିଜେପିର ରାସ୍ତାରୋକ
ତେବେ ଆକ୍ରମଣ ଘଟଣାକୁ ଗୋଟିଏ ଦିନ ବିତିଥିଲେ ସୁଦ୍ଧା ପୋଲିସ୍ ଏଯାଏଁ ଦୋଷୀଙ୍କୁ ଧରିପାରି ନାହିଁ । ତେଣୁ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି କରିଛି ବିଜେପି । ସେହିପରି ଲୋଇସିଂହାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଥିବାବେଳେ ତା’ର ସମାଧାନ ମଧ୍ୟ ଏମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛି ବିଜେପି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ