ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଦାବିରେ ବିଜେପିର ବିକ୍ଷୋଭ - BJP protests demanding Crop insurance for farmers

ବଲାଙ୍ଗୀରରେ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଓ ଚାଷୀଙ୍କୁ ଫସଲ ବୀମା ଦାବିରେ ବିଜେପିର ବିକ୍ଷୋଭ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଦାବିରେ ବିଜେପିର ବିକ୍ଷୋଭ
ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଦାବିରେ ବିଜେପିର ବିକ୍ଷୋଭ

By

Published : Oct 16, 2020, 9:05 PM IST

Updated : Oct 16, 2020, 9:13 PM IST

ବଲାଙ୍ଗୀର: ଜିଲ୍ଲାରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଓ ଚାଷୀଙ୍କୁ ଫସଲ ବୀମା ପ୍ରାଦନ ଦାବିରେ ଆଜି (ଶୁକ୍ରବାର) ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଦାବିରେ ବିଜେପିର ବିକ୍ଷୋଭ

ତେବେ ଜିଲ୍ଲାରେ ଚୋରି ଡକାୟତି, ଲୁଟ୍ ହତ୍ୟା ଭଳି ମାମଲା ବଢ଼ି ଚାଲିଥିବା ବେଳେ ପ୍ରଶାସନ ନୀରବ ବସିଥିବା ଏମାନେ ଅଭିଯୋଗ ଆଣିଛନ୍ତି । ସମାନ ଭାବରେ ଗତବର୍ଷ ଫସଲ ବିମା କରିଥିବା ଚାଷୀ ଆଜି ଯାଏଁ ତାଙ୍କ ବୀମା ଟଙ୍କା ପାଇନଥିବାର ବିଜେପି ଅଭିଯୋଗ ଆଣିଛି । ଏହି ସମସ୍ତ ଅସୁବିଧାରୁ ତୁରନ୍ତ ସମାଧାନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହୀଦ, ଇଟିଭି ଭାରତ

Last Updated : Oct 16, 2020, 9:13 PM IST

ABOUT THE AUTHOR

...view details