ବଲାଙ୍ଗୀର: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ବଲାଙ୍ଗୀର ଜିଲ୍ଲାରେ ତମାମ ଚାଷୀ ଅଧିକାରୀ ରାଲି ଆୟୋଜନ କରି ସବୁଠି ଧାରଣା ଦେଇଛନ୍ତି । ମଣ୍ଡିରେ ପଡି ରହିଥିବା ସବୁ ଧାନ କିଣିବା, କଟଣୀ ଛଟନୀ ବନ୍ଦ କରିବା ଓ ଟୋକନ ଅବ୍ୟବସ୍ଥାକୁ ଠିକ କରିବା ନେଇ ଦାବି ଉପସ୍ଥାପନ କରିଛନ୍ତି ।
ବିଭିନ୍ନ ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି
ମଣ୍ଡିରେ ପଡି ରହିଥିବା ସବୁ ଧାନ କିଣିବା, କଟଣୀ ଛଟନୀ ବନ୍ଦ କରିବା ଓ ଟୋକନ ଅବ୍ୟବସ୍ଥାକୁ ଠିକ କରିବା ଆଦି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
ବିଭିନ୍ନ ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି
ବିଜେପି ପକ୍ଷରୁ ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼ ସବୁଠି ଏହି ଆନ୍ଦୋଳନ ଓ ଧାରଣା କରାଯାଇଥିଲା। ସମାନ ଭାବରେ ବଲାଙ୍ଗୀର ସହରରେ ମଧ୍ୟ ବିଜେପି ପକ୍ଷରୁ ସହରରେ ଏକ ରାଲି କରାଯିବା ସହ ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା। ଯେଉଁଥିରେ ବିଜେପିର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ। ତେବେ ଦାବି ଆଗକୁ ପୂରଣ ନ ହେଲେ ଆଗକୁ ମଧ୍ୟ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଏମାନେ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ