ବଲାଙ୍ଗୀର: ବିଜେପି ଆଜି ବଲାଙ୍ଗୀରରେ ତାଲାବନ୍ଦ ଆନ୍ଦୋଳନ କରିଛି । ଯେଉଁଥିରେ ପାଟଣାଗଡଠାରେ ବିଜେପି କର୍ମୀମାନେ ଉପଜିଲ୍ଲାପାଳ ଓ ଏସସିଏସଓ କାର୍ଯ୍ୟାଳୟକୁ ତାଲା ମାରି ଧାରଣାରେ ବସିଛନ୍ତି । ବିଜେପି କର୍ମୀମାନେ ସେଠାକାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଉପଯୋଗାଣ ବିଭାଗ କାର୍ଯ୍ୟାଳୟକୁ ତାଲା ମାରିବା ସହ ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଉପଜିଲ୍ଲାପାଳ କାର୍ଯ୍ୟାଳୟ ତାଲା ମାରି ବିଜେପିର ଆନ୍ଦୋଳନ - Bjp protest for fulfill famers demand
ବିଜେପି ଆଜି ବଲାଙ୍ଗୀରରେ ତାଲାବନ୍ଦ ଆନ୍ଦୋଳନ କରିଛି । ଯେଉଁଥିରେ ପାଟଣାଗଡଠାରେ ବିଜେପି କର୍ମୀମାନେ ଉପଜିଲ୍ଲାପାଳ ଓ ଏସସିଏସଓ କାର୍ଯ୍ୟାଳୟକୁ ତାଲା ମାରି ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...
ବିଜେପିର ତାଲା ବନ୍ଦ ଆନ୍ଦୋଳନ
ବିଜେପିର ତାଲା ବନ୍ଦ ଆନ୍ଦୋଳନ
ତେବେ ଗତକାଲି ବିଜେପି ଚାଷୀ ଅଧିକାର ରାଲି କରି ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଏବଂ ରାତି ତମାମ ସେଠି ସେମାନେ ଧାରଣା ଦେଇଥିବା ବେଳେ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କେହି ତାଙ୍କ ସହ ଆଲୋଚନା କରିବାକୁ ଆସିନଥିଲେ । ଓଲଟା କିଛି ବିଜେପି କର୍ମୀଙ୍କୁ ପୋଲିସ ସେଠାରୁ ଉଠାଇ ନେଇଥିଲା । ଏହାକୁ ବିରୋଧ କରି ତଥା ଚାଷୀ ସମସ୍ୟା ସମାଧାନ ଦାବି କରି ଆଜି ଏହି ଆନ୍ଦୋଳନ କରିଛି ବିଜେପି । ଦାବି ପୂରଣ ନହେବା ଯାଏଁ ଏମାନେ ଏହି ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ