ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର-ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ ସଂସଦରେ ସଙ୍ଗୀତାଙ୍କ ଦାବି - ସ୍ବଦେଶ ଦର୍ଶନ ଯୋଜନା

ପଶ୍ଚିମ ଓଡିଶାର ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ସିଂହଦେଓ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର-ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ ସଂସଦରେ ସଙ୍ଗୀତା ଦାବି
ସୁବର୍ଣ୍ଣପୁର-ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ ସଂସଦରେ ସଙ୍ଗୀତା ଦାବି

By

Published : Sep 23, 2020, 8:16 PM IST

ନୂଆଦିଲ୍ଲୀ: ପର୍ଯ୍ୟଟନ ମାନଚିତ୍ରରେ ପଶ୍ଚିମ ଓଡିଶାର ସୁବର୍ଣ୍ଣପୁର ଓ ବଲାଙ୍ଗୀରର ସ୍ବତନ୍ତ୍ର ସ୍ଥାନ ରହିଆସିଛି । ତେବେ ଏହି ଦୁଇ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ସଂସଦରେ ଦାବି ଜଣାଇଛନ୍ତି ଲୋକସଭା ସାଂସଦ ତଥା ଭାରତୀୟ ଜନତା ପାର୍ଟିର ନେତ୍ରୀ ସଙ୍ଗୀତା କୁମାରୀ ସିଂହଦେଓ ।

ସୁବର୍ଣ୍ଣପୁର-ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ ସଂସଦରେ ସଙ୍ଗୀତା ଦାବି

ସାଂସଦ ସଙ୍ଗୀତା କୁମାରୀ କହିଛନ୍ତି, ବଲାଙ୍ଗୀର ଦେଶର ଦ୍ବିତୀୟ ବନାରସ । ଏହି ଜିଲ୍ଲା ମହାନଦୀ କୂଳରେ ରହିଛି । ଏଠାରେ ଅନେକ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ରହିଛି । ପାତାଳୀ ଶ୍ରୀକ୍ଷେତ୍ର ପାପକୀୟ ଘାଟ, ହରିଶଙ୍କର ଓ ଚଉଷଠୀ ଯୋଗୀନୀ ଭଳି ଅନେକ ମନ୍ଦିର ରହିଛି । ତେବେ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ସିଂହଦେଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details