ଓଡିଶା

odisha

ETV Bharat / state

Two BJP factions Face off: ବଲାଙ୍ଗୀର ବିଜେପିରେ ଗୋଷ୍ଠୀ କନ୍ଦଳ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ! - ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ

ସୋମବାର ସମୟ ସଂଧ୍ୟା 4 ଟା 30 ମିନିଟ । ବଲାଙ୍ଗିର ବିଜେପି ପକ୍ଷରୁ ଆୟୋଜିୟ ହୋଇଥିଲା ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଥିଲେ । ଏଥିପାଇଁ ବଲାଙ୍ଗୀର ଆରଟିଓ କାର୍ଯ୍ୟାଳୟ ଛକରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

ବଲାଙ୍ଗୀର ବିଜେପିରେ ଗୋଷ୍ଠୀ କନ୍ଦଳ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ!
ବଲାଙ୍ଗୀର ବିଜେପିରେ ଗୋଷ୍ଠୀ କନ୍ଦଳ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ!

By ETV Bharat Odisha Team

Published : Oct 9, 2023, 11:01 PM IST

Updated : Oct 10, 2023, 5:09 PM IST

ବଲାଙ୍ଗୀର ବିଜେପିରେ ଗୋଷ୍ଠୀ କନ୍ଦଳ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ!

ବଲାଙ୍ଗୀର: ବିଜେପିରେ ଗୋଷ୍ଠୀ କନ୍ଦଳ ଯୋରଦାର । ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ପିଟାପିଟି ହୋଇଛନ୍ତି । ଖାଲି ଏତିକି ନୁହେଁ ମାମଲା ଥାନାରେ ପହଞ୍ଚିଥିବା ବେଳେ ଘଟଣାକୁ ନେଇ ଏବେ ବଲାଙ୍ଗୀର ସମେତ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ତେବେ ଏହାକୁ ନେଇ କୌଣସି ବ୍ୟକ୍ତି ବିଶେଷଙ୍କ ନାମରେ ଅଭିଯୋଗ ହୋଇନି ।

ସୋମବାର ସମୟ ସଂଧ୍ୟା 4 ଟା 30 ମିନିଟ । ବଲାଙ୍ଗୀର ବିଜେପି ପକ୍ଷରୁ ଆୟୋଜିୟ ହୋଇଥିଲା ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଥିଲେ । ଏଥିପାଇଁ ବଲାଙ୍ଗୀର ଆରଟିଓ କାର୍ଯ୍ୟାଳୟ ଛକରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ରାଜ୍ୟ ସଭାପତିଙ୍କୁ କର୍ମୀ ମାନେ ସ୍ବାଗତ କରିବାକୁ ଏଠି ଏକାଠି ହୋଇଥିଲେ। ସେପଟେ ଟିଟିଲାଗଡରୁ ରାଜ୍ୟ ସଭାପତି ମନମୋହନ ସାମଲ କାର୍ଯ୍ୟକ୍ରମ ସାରି ବଲାଙ୍ଗୀର ଆସିଥିଲେ । ତାଙ୍କ ସାଙ୍ଗରେ ଥିଲେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହ ଦେଓ, କନକ ବର୍ଦ୍ଧନ ସିଂହ ଦେଓ ଓ ଜିଲ୍ଲା ସଭାପତି ଶିବାଜି ମହାନ୍ତି ପ୍ରମୁଖ ।

ପୂର୍ବରୁ ଏଠି ତାଙ୍କୁ ଏକ ବିରାଟ ମୋଟର ସାଇକେଲ ରାଲିରେ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ଥିଲା । ସେଥିପାଇଁ ଏକ ରଥ ମଧ୍ୟ ତିଆରି ହୋଇଥିଲା । ତେବେ ଏଥରେ ସ୍ଥାନୀୟ ବିଜେପି ନେତା ଗୋପାଳଜି ପାଣିଗ୍ରାହୀ, କେଭି ସିଂହଦେଓ, ସାଂସଦ ସଙ୍ଗୀତ କୁମାରୀ ସିଂହଦେଓ ପ୍ରମୁଖ ରଥକୁ ଚଢ଼ିଥିଲେ । ସେପଟେ ବଲାଙ୍ଗୀରରେ ଦୀର୍ଘ ଦିନରୁ ନିଜକୁ ବିଜେପି ନେତା କହି ଆସି ସଂଗଠନ କରୁଥିବା ଅଣଓଡ଼ିଆ ନେତା ବଳରାମ ସିଂହ ଯାଦବ ଓ ତାଙ୍କ ସମର୍ଥକ ଅନନ୍ତ ଦାସ ମଧ୍ୟ ରଥରେ ଚଢ଼ିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୋପାଲଜି ପାଣିଗ୍ରାହୀ ତାଙ୍କୁ ପ୍ରତିରୋଧ କରିଥିଲେ । ଏଥିରେ ଗଣ୍ଡଗୋଳ ଉପୁଜିବା ସହ ବଳରାମ ସିଂହ ଯାଦବ ଓ ତାଙ୍କ ସହଯୋଗୀ ଅନନ୍ତ ଦାସ ତାଙ୍କୁ ଗାଡିରୁ ଟାଣି ଆଣି ତଳେ କଚାଡ଼ି ଦେଇଥିଲେ । ଯାହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତୀ ଆରମ୍ଭ ହୋଇ ଯାଇଥିଲା । ଦୀର୍ଘ ସମୟ ଏଠି ଦୁଇ ଗୋଷ୍ଠୀ ମଧ୍ୟରେ ମାର ପିଟ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ପହଞ୍ଚିବା ପରେ ଗଣ୍ଡଗୋଳ ଶାନ୍ତ ପଡିଥିଲା ।

ଏହାବି ପଢନ୍ତୁ- ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ ! ସଭାପତି ପୂର୍ବତନ ସଭାପତି ମୁହାଁମୁହିଁ, ଦ୍ବନ୍ଦ୍ୱରେ କର୍ମୀ

ଓଡ଼ିଶା ତଥା ଶାନ୍ତି ପ୍ରିୟ ବଲାଙ୍ଗୀର ଅଞ୍ଚଳ ହୋଇଥିବା ବେଳେ ଜଣେ ଅଣ ଓଡ଼ିଆ ନେତା ବଳରାମ ସିଂହ ଯାଦବ ଏଠି ବିହାର ଓ ୟୁପି ଭଳି ରାଜନୀତି କରିବାକୁ ଚେଷ୍ଟା କରି ଅରାଜକତା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ଏଭଳି କିଛି ଘଟଣା ଘଟି ନଥିବା କହିଛନ୍ତି । ବଲାଙ୍ଗୀର କିମ୍ବା ଓଡ଼ିଶାରେ କୌଣସି ଏହି ନାଁରେ ବିଜେପି ସଦସ୍ୟ କିମ୍ବା ନେତା ନାହାନ୍ତି ବୋଲି ସେ କହିଛନ୍ତି । ସେହିପରି ଜିଲ୍ଲା ବିଜେପି ସଭାପତି ଶିବାଜି ମହାନ୍ତି ମଧ୍ୟ ସମାନ କଥା କହିଛନ୍ତି । ଏଭଳି କିଛି ଘଟି ନଥିବା ବେଳେ ସେ ନାଆରେ ମଧ୍ୟ କୌଣସି ନେତା ନାହାନ୍ତି ବୋଲି ସେ କହିଛନ୍ତି।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଜେପି ନେତା ଅନନ୍ତ ଦାସ ଯିଏକି ବଲାଙ୍ଗୀର ବିଜେପିର ଜଣେ ସକ୍ରିୟ କର୍ମୀ ଅଟନ୍ତି। ଏବଂ ସେ ଗତ 2019ରେ ବଲାଙ୍ଗୀର ବିଜେପି ବିଧାୟକ ପାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଏବଂ ତିନି ନମ୍ବର ସ୍ଥାନରେ ରହି ପରାଜିତ ହୋଇଥିଲେ । ସେହିପରି ସେ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅତି ନିକଟତର ଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ବଲାଙ୍ଗୀର ପାୱାର ହାଉସ୍‌ ରାଜା ପରିବାରଠୁ ଦୂରରେ ରହି ଆସୁଥିଲେ । କିଛି ମାସ ହେବ ଏଠି ନିଜକୁ ବିଜେପି ନେତା କହି ସଂଗଠନ କରୁଥିବା ବଳରାମ ସିଂହ ଯାଦବଙ୍କ ସହିତ ସେ ସାମିଲ ହୋଇଥିଲେ ।

ତେବେ ଗତ କାଲି ବଲାଙ୍ଗୀରର ବିଜେପି ନେତା ତଥା ବିଧାୟକ ଆଶାୟୀ ପ୍ରାର୍ଥୀ ଓ ଅନନ୍ତ ଦାସ ମଧ୍ୟରେ ଏହି ମାରପିଟ ହୋଇଥିଲା। ଏବଂ ଉଭୟ ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ହେଲେ ଏଥିରେ କୌଣସି ବ୍ୟକ୍ତି ବିଶେଷ ନାଆରେ ଅଭିଯୋଗ ହୋଇନ ଥିବାର ଜଣା ପଡ଼ିଛି ।

ଇଟିଭି ଭାରତ,ବଲାଙ୍ଗୀର

Last Updated : Oct 10, 2023, 5:09 PM IST

ABOUT THE AUTHOR

...view details