ଓଡିଶା

odisha

ETV Bharat / state

ସିଏଏକୁ ନେଇ ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ - ସିଏଏ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରେସମିଟ କରିଛି ବାଲଙ୍ଗୀର ବିଜେପି। ବ୍ଲକ ସ୍ତରକୁ ଯାଇ ଲୋକଙ୍କୁ ଏନେଇ ଅବଗତ କରାଯିବ ବୋଲି କୁହାଯାଇଛି। ଅଧିକ ପଢ଼ନ୍ତୁ...

bjp hols a press meet on CAA,  balangir bjp on citizenship amendment act,  citizenship amendment act, ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ସିଏଏ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ
ସିଏଏ ନେଇ ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

By

Published : Jan 4, 2020, 10:17 PM IST

ବଲାଙ୍ଗୀର: ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ଏଠି ସ୍ପଷ୍ଟୀକରଣ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ଚୌହାନ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ ଏବଂ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ନାଗରିକ ସଂଶୋଧନ ଆଇନର ବର୍ତ୍ତମାନ ସମୟରେ ଆବଶ୍ୟକତା ଥିବା ଦଳ ପକ୍ଷରୁ କୁହାଯାଇଥିବା ବେଳେ ଏହା ଭାରତର ବିଭାଜନ ପରେ ପଡୋଶୀ ଦେଶରେ ଅବସ୍ଥାନ କରୁଥିବା କରୁଥିବା ସଂଖ୍ୟାଲଘୁଙ୍କ ପାଇଁ ବେଶ ସହାୟକ ହେବ। ଭାରତର 3 ପଡୋଶୀ ମୁସଲିମ ରାଷ୍ଟ୍ରରେ ରହୁଥିବା ସଂଖ୍ୟାଳଗୁ ସମ୍ପ୍ରଦାୟର ଲୋକେ ଧାର୍ମିକ ଉତ୍ପୀଡନର ଶିକାର ଶୀକାର ହୋଇ ଦେଶ ଛାଡୁଛନ୍ତି। ଏହା ପରେ ସେମାନେ ଭାରତରେ ଆସି ଆଶ୍ରୟ ନେଉଛନ୍ତି। ଦୀର୍ଘ ଦିନ ଧରି ଏଠାରେ ରହୁଥିଲେ ମଧ୍ୟ ସେମାନଙ୍କୁ ଭାରତୀୟ ନାଗରିକତା ମିଳିପାରି ନାହିଁ। ସିଏଏ ଆଇନ ଦ୍ବାରା ତାଙ୍କୁ ନାଗରିକତା ମିଳିବ ବୋଲି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସିଏଏ ନେଇ ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଏହି ଆଇନକୁ ନେଇ ବିରୋଧି ଦଳ ରାଜନୀତି କରିବା ସହ ଲୋକଙ୍କୁ ଭ୍ରମିତ କରୁଥିବାର ବିଜେପି ଅଭିଯୋଗ ଆଣିଛି। ଏହା ବିରୋଧରେ ବିଜେପି ବ୍ଲକ ସ୍ତରକୁ ଯାଇ ଲୋକଙ୍କୁ ବୁଝାଇବ ବୋଲି କୁହାଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details