ଓଡିଶା

odisha

ETV Bharat / state

ଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧ କରି ବିଜେପିର ଚକାଜାମ - ବଲାଙ୍ଗୀର ନ୍ୟୁଜ

ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଆଜି ବିଜେପି ପକ୍ଷରୁ ଜିଲ୍ଲା ତମାମ ଚକା ଜାମ ଆନ୍ଦୋଳନ କରାଯାଇଥିଲା। ଯେଉଁଥିରେ ଜିଲ୍ଲାରେ ତିନି ଘଣ୍ଟା ପାଇଁ ସବୁ ମୁଖ୍ୟ ରାସ୍ତା ଅବରୋଧ ହୋଇଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅଧିକ ପଢନ୍ତୁ...

ଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧ କରି  ବିଜେପିର ଚକାଜାମ
ଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧ କରି ବିଜେପିର ଚକାଜାମଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧ କରି ବିଜେପିର ଚକାଜାମ

By

Published : Feb 13, 2021, 8:55 PM IST

ବଲାଙ୍ଗୀର: ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଆଜି ବିଜେପି ପକ୍ଷରୁ ଜିଲ୍ଲା ତମାମ ଚକା ଜାମ ଆନ୍ଦୋଳନ କରାଯାଇଥିଲା। ଯେଉଁଥିରେ ଜିଲ୍ଲାରେ ତିନି ଘଣ୍ଟା ପାଇଁ ସବୁ ମୁଖ୍ୟ ରାସ୍ତା ଅବରୋଧ ହୋଇଥିବାବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧ କରି ବିଜେପିର ଚକାଜାମ

ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥାର ଅଭିଯୋଗ ଆଣି ଶନିବାର ବିଜେପି ପକ୍ଷରୁ ସାରା ଜିଲ୍ଲାରେ ଚକା ଜାମ ଆନ୍ଦୋଳନ କରାଯାଇଥିଲା। ଯେଉଁଥିରେ ଜିଲ୍ଲାର ସବୁ ରାଜପଥ ଓ ମୁଖ୍ୟ ରାସ୍ତା ତିନି ଘଣ୍ଟା ପାଇଁ ଅବରୋଧ ହୋଇଥିଲା ।

ତେବେ ଲୋଇସିଂହା ଠାରେ ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ବଲାଙ୍ଗୀରରେ ବରିଷ୍ଠ ବିଜେପି ନେତ୍ରୀ ପଙ୍କଜିନି ପଣ୍ଡା, ପାଟଣାଗଡ଼ରେ ପୂର୍ବତନ ବିଜେପି ସଭାପତି ଭକ୍ତ ବନ୍ଧୁ ନାୟକ, ଟିଟିଲାଗଡ଼ରେ ବିଧାୟକ ପାର୍ଥି ଏମ ଠାକୁର, କଣ୍ଟାବାଞ୍ଜିରେ ବିଧାୟକ ପାର୍ଥି ଲକ୍ଷମଣ ବାଗ ପ୍ରମୁଖଙ୍କ ନେତୃତ୍ବରେ ଏହି ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।

ତେବେ ଜିଲ୍ଲାରେ ଧାନ କିଣାରେ କଟନି ଛଟନି, ଧାନ ବିକ୍ରି ନହୋଇ ପଡିରହିବା ଓ ଟୋକନ ସମସ୍ୟା ଭଳି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଏମାନେ ଏହି ଆନ୍ଦୋଳନ କରିଥିଲେ। ଏବଂ ଆଗାମୀ ଦିନରେ ଏଥିରେ ସ୍ଵଚ୍ଛତା ନଆସିଲେ ଏମାନେ ପୁଣି ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details