ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗରେ ଶିକ୍ଷୟିତ୍ରୀ ଅପରହଣ ଓ ହତ୍ୟା ଘଟଣାରେ ଆସନ୍ତାକାଲି 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଲା ବିଜେପି । ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରିବା ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ବନ୍ଦ ଡାକରା ଦେଇଛି ଦଳ । ଆସନ୍ତାକାଲି ଜିଲ୍ଲାରେ ଜରୁରୀ ସେବା ବ୍ୟତୀତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ବିଜେପି କହିଛି ।
ବଲାଙ୍ଗୀରରେ ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା BJP - ବଲାଙ୍ଗୀର ଜିଲ୍ଲା ବିଜେପି
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଦଳ । ଅଧିକ ପଢନ୍ତୁ...
ଦଳ କହିଛି ଏହି ଜଘନ୍ୟ ଘଟଣାରେ ଖୋଦ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ସଂପୃକ୍ତ ଥିବାରୁ ନିରପେକ୍ଷ ତଦନ୍ତ ହୋଇ ମମିତା ମେହେରଙ୍କୁ ନ୍ୟାୟ ମିଳିବା ସମ୍ଭବ ନୁହେଁ। ମାମଲାକୁ ସରକାର ଓ ପୋଲିସ ପ୍ରଶାସନ ଜାଣିଶୁଣି ଅନ୍ୟ ମୋଡ ଦେଇ ବାଟବଣା କରିବାର ପ୍ରୟାସ କରୁଥିବା ଅଭିଯୋଗ କରିଛି ବିଜେପି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଖସାଇ ଦିଆଯିବା ଓ ପରେ ପୁଣି ତାକୁ ଗିରଫ କରିବା ଏହାର ସ୍ପଷ୍ଟ ଉଦାହରଣ । ତେଣୁ ମନ୍ତ୍ରୀଙ୍କ ବହିଷ୍କାର ସହ ଏହାର ସିବିଆଇ କିମ୍ବା ନ୍ୟାୟିକ ତଦନ୍ତର ଆବଶ୍ୟକତା ରହିଛି ବୋଲି କହିଛି ଦଳ ।
ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ