ବଲାଙ୍ଗୀର: ଚାଷୀଙ୍କ ସମସ୍ୟା ନେଇ ଆଜି ବିଜେପି ପକ୍ଷରୁ ରାସ୍ତା ରୋକ କରାଯାଇଥିଲା। ତେବେ ଲୋଇସିଂହା ରୁଗୁଡ଼ି ଖାଲ ଗ୍ରାମ ନିକଟରେ ଶତାଧିକ ବିଜେପି କର୍ମୀ ଓ ନେତା ଆଜି 26 ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ।
ବଲାଙ୍ଗୀରରେ ଚାଷୀ ସମସ୍ୟା ନେଇ ରାଜପଥ ଅବରୋଧ କଲା ବିଜେପି - balangiri district bjp
ବଲାଙ୍ଗୀରରେ ବିଜେପିର ରାସ୍ତାରୋକ । ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ଦଳ, କହିଲା କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଲୁଟ କରିଚାଲିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...
ବଲାଙ୍ଗୀରରେ ଚାଷୀ ସମସ୍ୟା ନେଇ ରାଜପଥ ଅବରୋଧ କଲା ବିଜେପି
ବଲାଙ୍ଗୀରରେ ଚାଷୀ ସମସ୍ୟା ନେଇ ରାଜପଥ ଅବରୋଧ କଲା ବିଜେପି
ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ପଠାଇଥିବାବେଳେ ତାକୁ ରାଜ୍ୟ ସରକାର ଲୁଟ କରି ଚାଲିଛନ୍ତି । ସେହିପରି ରାଜ୍ୟ ସରକାର ଏଠି ଧାନ କିଣା ନାଁ ରେ ଚାଷୀଙ୍କୁ ଲୁଟ ଓ ଶୋଷଣ କରୁଥିବାର ମଧ୍ୟ ଅଭିଯୋଗ କରିଛି ବିଜେପି । ତେବେ ଆଜିର ଏହି ରାସ୍ତା ରୋକରେ ବରିଷ୍ଠ ବିଜେପି ନେତା କେଭି ସିଂଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଓ ଲୋଇସିଂହା ବିଧାୟକ ମୁକେହ ମହାଲିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ