ବଲାଙ୍ଗୀର: ଜିଲ୍ଲାରେ ଜଣେ କଲେଜ ଛାତ୍ରଙ୍କୁ ଜଙ୍ଗଲରେ ମାଡ ଘଟଣା ଏବେ ରାଜନୈତିକ ମୋଡ ନେଇଛି । ଯେଉଁଥିରେ ବଲାଙ୍ଗୀର ବିଧାୟକଙ୍କ ଛତ୍ରଛାୟା ତଳେ ଛାତ୍ର କଂଗ୍ରେସ ଏହି କାଣ୍ଡ ଭିଆଇ ଥିବା ବିଜୁ ଛାତ୍ର ସଙ୍ଗଠନ ଅଭିଯୋଗ ଆଣିଛି । ଏନେଇ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛି ।
କଲେଜ ଛାତ୍ରଙ୍କୁ ମାଡମାରିବା ଘଟଣା: କଂଗ୍ରେସକୁ ଦାୟୀ କଲା ବିଜେଡି - ଛାତ୍ରକୁ ଜଙ୍ଗଲରେ ମାଡମାରିବା ଘଟଣା ବଲାଙ୍ଗୀର
ବଲାଙ୍ଗୀରରେ କଲେଜ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ବିଜୁ ଛାତ୍ର ସଙ୍ଗଠନର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...
![କଲେଜ ଛାତ୍ରଙ୍କୁ ମାଡମାରିବା ଘଟଣା: କଂଗ୍ରେସକୁ ଦାୟୀ କଲା ବିଜେଡି କଲେଜ ଛାତ୍ରଙ୍କୁ ମାଡମାରିବା ଘଟଣା: କଂଗ୍ରେସକୁ ଦାୟୀକଲା ବିଜେଡି](https://etvbharatimages.akamaized.net/etvbharat/prod-images/768-512-11367216-253-11367216-1618160651579.jpg)
କଲେଜ ଛାତ୍ରଙ୍କୁ ମାଡମାରିବା ଘଟଣା: କଂଗ୍ରେସକୁ ଦାୟୀକଲା ବିଜେଡି
କଲେଜ ଛାତ୍ରଙ୍କୁ ମାଡମାରିବା ଘଟଣା: କଂଗ୍ରେସକୁ ଦାୟୀ କଲା ବିଜେଡି
ଏଥିପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମାଡ ମାରିଥିବା ସମସ୍ତ ଯୁବକଙ୍କ ଫଟୋ ଜାରି କରିବା ସହ ସେମାନେ ବିଧାୟକଙ୍କ ଖାସ ବୋଲି ଅଭିଯୋଗ ଆଣିଛି ବିଜେଡି । ତେବେ ଗତ ପାଞ୍ଚ ତାରିଖରେ ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟିର ଛାତ୍ର ବିହାନ ଅଗ୍ରୱାଲଙ୍କୁ ଜଙ୍ଗଲକୁ ନେଇ କିଛି ଛାତ୍ର ଓ ଅଣଛାତ୍ର ମିଶି ପ୍ରବଳ ମାଡ ମାରିଥିଲେ । ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏଥିରେ ସମ୍ପୃକ୍ତ ଥିବା 6 ଜଣଙ୍କୁ ଗିରଫ କରିଥିଲା । ସେପଟେ ଏଥିରେ ଆଉ ପାଞ୍ଚ ଜଣ ଫେରାର ଥିବାବେଳେ ସେମାନଙ୍କୁ ଶୀଘ୍ର ଗିରଫ ଦାବି କରିଛି ବିଜୁ ଛାତ୍ର ଦଳ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ
Last Updated : Apr 11, 2021, 10:49 PM IST