ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ବସ୍ତି ଉଚ୍ଛେଦ ନେଇ ମୁହାଁମୁହିଁ BJD-CONGRESS - ବଲାଙ୍ଗୀର ବସ୍ତି ଉଚ୍ଛେଦକୁ ନେଇ ରାଜନୀତି

ବଲାଙ୍ଗୀରରେ ବସ୍ତି ଉଚ୍ଛେଦକୁ (Slum Eviction In Balangir)ନେଇ ଜୋରଧରିଛି ରାଜନୀତି । ମୁହାଁମୁହିଁ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ (Congress) ଓ ଶାସକ ବିଜେଡି (BJD) ଅଧିକ ପଢନ୍ତୁ

ବଲାଙ୍ଗୀରରେ ବସ୍ତି ଉଚ୍ଛେଦ ନେଇ ମୁହାଁ ମୁହିଁ BJD-CONGRESS
ବଲାଙ୍ଗୀରରେ ବସ୍ତି ଉଚ୍ଛେଦ ନେଇ ମୁହାଁ ମୁହିଁ BJD-CONGRESS

By

Published : Dec 2, 2021, 8:14 AM IST

ବଲାଙ୍ଗୀର: ଜିଲ୍ଲାରେ ବିକାଶ ନାଁରେ ଚାଲିଛି ଗରିବ ଲୋକଙ୍କ ବସ୍ତି ଉଚ୍ଛେଦ (Slum Eviction in Balangir) । ଫଳରେ ବାସହରା ହୋଇଛନ୍ତି ହଜାର ହଜାର ଲୋକ। ସେପଟେ ଏହାକୁ ନେଇ ଏବେ ଜିଲ୍ଲାରେ ଜୋରଧରିଛି ରାଜନୀତି । ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ (Congress) ଓ ଶାସକ ବିଜେଡି (BJD) ଦଳ ଏହାକୁ ନେଇ ପରସ୍ପର ଉପରେ କାଦୁଆ ଫିଙ୍ଗା ରାଜନୀତି (Politics Over Slum Eviction) ଆରମ୍ଭ କରିଛନ୍ତି । ଯେଉଁଥିରେ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଚାପରେ ଆସି ପ୍ରଶାସନ ଏହି ଉଚ୍ଛେଦ କରୁଥିବାର ଅଭିଯୋଗ ଆଣିଛି ବିଜେଡି। ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରାଯିବା କଥା ବିଜେଡି କହିଥିବାବେଳେ କଂଗ୍ରେସ ବିଜେଡି ଉପରେ ପାଲଟା ଅଭିଯୋଗ ଆଣିଛି ।

ବଲାଙ୍ଗୀରରେ ବସ୍ତି ଉଚ୍ଛେଦ ନେଇ ମୁହାଁ ମୁହିଁ BJD-CONGRESS

ଘର ଡିହର ପ୍ରତିଶୃତି ଦେଇ ବିଜେଡି ଲୋକଙ୍କୁ ପ୍ରତାରଣା କରୁଥିବାର କଂଗ୍ରେସ ଅଭିଯୋଗ ଆଣିଛି। ଏବଂ ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଦୁଇ ଦଳ ବାରମ୍ବାର ଆନ୍ଦୋଳନ କରିଥିବାବେଳେ ଏବେ ଦୁଇ ଦଳ ଗୋଟିଏ ସ୍ଥାନରେ ଆନ୍ଦୋଳନ କରି ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ତେବେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ (Municipal and Panchayat Elections)ଥିବାବେଳେ ଦୁଇ ଦଳ ଏହାକୁ ପ୍ରମୁଖ ମୁଦ୍ଦା କରି ଆମ୍ନାସାମ୍ନା ହୋଇଛନ୍ତି । ସେପଟେ କିନ୍ତୁ ଏମାନଙ୍କ ମଧ୍ୟରେ ଗରିବ ବସ୍ତି ବାସିନ୍ଦା ପେଶି ହୋଇଯାଉଛନ୍ତି ।

ଯେଉଁମାନେ ସହର ମଧ୍ୟରେ ଦୀର୍ଘ ଚାଳିଶ ବର୍ଷରୁ ଜୀବନ ତମାମର ପୁଞ୍ଜି ଲଗାଇ ଘରଟିଏ କରିଥିଲେ ଏବେ ସେ ଘର ଉପରେ ଡୋଜର ଲଗାଇ ଉଚ୍ଛେଦ କରାଯାଉଛି । ଏହା ଦ୍ବାରା ହଜାର ହଜାର ଲୋକ ବାସହରା ହୋଇ ଏବେ ଖୋଲା ଆକାଶ ତଳେ ଦିନ ବିତାଉଛନ୍ତି। ତେବେ ସେମାନଙ୍କୁ ଘର କରିବା ପୂର୍ବରୁ କାହିଁକି ପ୍ରଶାସନ ବାରଣ କଲା ନାହିଁ? କାହିଁକି ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ଏବେ ଉଚ୍ଛେଦ କରିଛୁ , ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ଖୁବଶୀଘ୍ର ଏହି ଉଚ୍ଛେଦ ବନ୍ଦ କରିବାର ଦାବି ହୋଇଥିବାବେଳେ ଯଦି ଏହା ବନ୍ଦ ନହୁଏ ତେବେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା । ତେବେ ବସ୍ତି ଉଚ୍ଛେଦକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏଭଳି ପରିସ୍ଥିତିରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details