ଓଡିଶା

odisha

By

Published : Oct 20, 2019, 6:37 AM IST

ETV Bharat / state

ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଆହତ

ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ବାଇକ ମୁହାଁମୁହିଁ ଧକ୍କା ଯୋଗୁଁ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଆହତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗ୍ରାମ ସ୍କୁଲ ପାଖରେ ମୁହାଁମୁହିଁ ଧକ୍କା ହୋଇଛି ଦୁଇ ବାଇକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର

ସୁଚନା ଅନୁଯାୟୀ ଗୋଟିଏ ବାଇକରେ ୩ ଜଣ ଯାଉଥିଲେ । ସେହି ସମୟରେ ଏକ ବାଇକ ଦୃତ ଗତିରେ ସାମ୍ନା ପଟୁ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଚଟୁଅନକା ଗ୍ରାମର କଲାନିଧି ହରପାଲ (୩୮)ଙ୍କ ମୃତ୍ୟୁ ହୋଇଛି । ବିସିକେସନ ତାଣ୍ଡି (୪୮), ଋଷି ଅପ୍ପା (୫୫) ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ କଲାନିଧି ହରପାଲଙ୍କ ବଡ ଭାଇଙ୍କର ପୁର୍ବରୁ ହୃତଘାତରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଭାଇ ଘର ଚଳାଉଥିଲେ । କଲାନିଧିର ମୃତ୍ୟୁ ହୋଇଥିବାରୁ ଏବେ ପରିବାର ଲୋକ ଅସହାୟ ହୋଇପଡିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହେଦ, ଇଟିଭି ଭାରତ

ABOUT THE AUTHOR

...view details