ଓଡିଶା

odisha

ETV Bharat / state

ଆନ୍ଦୋଳନରୁ ଓହରିଲେ ନର୍ସ

ଭୀମଭୋଇ ମେଡିକାଲ କଲେଜରେ ନର୍ସଙ୍କୁ ମାଡ ଘଟଣା । ପ୍ରଶାସନର ପ୍ରତିଶ୍ରୃତି ପରେ ଆନ୍ଦୋଳନରୁ ଓହରିଲେ ନର୍ସ । ଅଧିକ ପଢନ୍ତୁ...

bhima bhoi medical college nurses withdrawal their strike
ଆନ୍ଦୋଳନରୁ ଓହରିଲେ ନର୍ସ

By

Published : Feb 15, 2020, 9:11 PM IST

ବଲାଙ୍ଗୀର:ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ କାର୍ଯ୍ୟରତ ନର୍ସଙ୍କୁ ମାଡ ଘଟଣାରେ ଶନିବାର ସକାଳୁ ନର୍ସମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେଇଥିଲେ । ଗତ ଦୁଇଦିନ ତଳେ ମହିଳା ଭେଷଜ ବିଭାଗରେ ଜଣେ ନର୍ସ ପ୍ରତିମା ପ୍ରଧାନଙ୍କୁ ଜଣେ ରୋଗୀଙ୍କ ଦୁଇ ସମ୍ପର୍କୀୟ ମରଣାନ୍ତକ ଆକ୍ରମଣ କରିବା ସହ ୱାର୍ଡରେ ବ୍ୟାପକ ଭଙ୍ଗା ରୁଜା କରିଥିଲେ । ଆକ୍ରମଣରେ ନର୍ସ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣାକୁ କେନ୍ଦ୍ର କରି ନର୍ସମାନେ ଦୁଇ ଦିନ ହେଲା ଆନ୍ଦୋଳନ କରି ଆସୁଥିଲେ।

ଆନ୍ଦୋଳନରୁ ଓହରିଲେ ନର୍ସ

ତେବେ ପୋଲିସର ନିଷ୍କ୍ରିୟତାକୁ ନେଇ ନର୍ସମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରିବା ସହ ନର୍ସମାନଙ୍କୁ ସୁରକ୍ଷା ଦେବାକୁ ଦାବି କରିଥିଲେ । ନର୍ସଙ୍କ ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହେବା ସହ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଯାହାକୁ ନେଇ ନର୍ସ ଓ ରୋଗୀଙ୍କ ସମ୍ପର୍କୀୟମାନେ ଶନିବାର ମୁହଁମୁହିଁ ମଧ୍ୟ ହୋଇଥିଲେ।

ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଓ ଏସପି ନର୍ସମାନଙ୍କ ସହ ଆଲୋଚନ କରିଥିଲେ । ଅଭିଯୁକ୍ତଙ୍କୁ ସାତ ଦିନ ମଧ୍ୟରେ ଗିରଫର ପ୍ରତିଶୃତି ଦେବା ସହ ଡାକ୍ତରଖାନାରେ ଏକ ପ୍ଲାଟୁନ ପୋଲସ ମୁତୟନ କରାଯିବ ବୋଲି କହିବା ପରେ ନର୍ସମାନେ ଆନ୍ଦୋଳନରୁ ଓହରି ଥିଲେ।

ବଲାଙ୍ଗୀରରୁ ଏସକେ ମହମ୍ମହ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details