ବଲାଙ୍ଗୀର: ବଲାଙ୍ଗୀରର ଐତିହାସିକ ପର୍ଯ୍ୟଟନସ୍ଥଳୀ ଭୀମ ପାହାଡ଼ ପାଦ ଦେଶରେ ପାଳିତ ହେବ ନବମ ତମ ଭୀମପାହାଡ଼ ମହୋତ୍ସବ । ଆସନ୍ତା 17 ରୁ 20 ତାରିଖ ପର୍ଯ୍ୟନ୍ତ ଭୀମ ପାହାଡ଼ ମହୋତ୍ସବ ପାଳିତ ହେବ । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ 20ଟି ସାଂସ୍କୃତିକ ଦଳ ସାମିଲ ହେବେ । ଏହି ପର୍ଯ୍ୟଟନସ୍ଥଳୀର ଐତିହାସିକ ପୃଷ୍ଠଭୂମି, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ହେବ । ଐତିହାସିକ ପୃଷ୍ଟଭୂମି ରଖୁଥିବା ବଲାଙ୍ଗୀରର ଦେଓଗାଁ ଥାନା ଅନ୍ତର୍ଗତ ମୁକୁନ୍ଦ ପୁରର ଭୀମପାହାଡ଼ ।
ଭୀମପାହାଡ଼ର ଇତିହାସ: 2019 ମସିହାରେ ରାଜ୍ୟ ସରକାର ଏହାର ମହତ୍ତ୍ବ ବୁଝି ଏହାକୁ ରାଜ୍ୟ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଲେ । ତେବେ ଏହି ଐତିହାସିକ ପାହାଡ ମୁକ ସାକ୍ଷୀ ଅଟେ ସ୍ୱାଧୀନତା ସଂଗ୍ରାମୀ ଓ କନ୍ଦମେଳିର । ଏଇଠି କନ୍ଧମାନେ 1800 ମସିହାରେ ଇଂରେଜ ବିରୋଧରେ ଲଢେଇ କରିଥିଲେ । ଏହାର ପୁରୁଧା ଥିଲେ ଚକ୍ର ବିଶୋଇ। ତେବେ ତାଙ୍କୁ ଆଶ୍ରୟ ଓ ସହଯୋଗ କରିଥିଲେ ବଲାଙ୍ଗୀର ଆଠଗାଁ ଜମିଦାର ଧରମ ସିଂ ମାନ୍ଧାତା । ତେବେ ଏହି ପାହାଡରେ 64ରୁ ଅଧିକ ଗୁମ୍ଫା ଥିବା ବେଳେ ଆଧ୍ୟାତ୍ମିକ ଓ ଐତିହାସିକ ପୃଷ୍ଠ ଭୂମି ଏହାକୁ ବିଶେଷ ସ୍ଥାନରେ ରଖିଥାଏ । ଏଠି ଥିବା ଶିଳା ଲିପି ଏଠି ପ୍ରାକ ଐତିହାସିକ ଯୁଗରେ ହୋଇଥିବା ଗତିବିଧିକୁ ମଧ୍ୟ ସୂଚାଇ ଆସିଥାଏ ।