ଓଡିଶା

odisha

ETV Bharat / state

ମିଳିତ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ମିଳିତ ଶ୍ରମିକ ସଂଘ

ଆଠ ଦଫା ଦାବି ନେଇ ମିଳିତ ଶ୍ରମିକ ସଂଘ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Sep 23, 2019, 10:34 PM IST

ବଲାଙ୍ଗୀର: ଆଠ ଦଫା ଦାବି ନେଇ ମିଳିତ ଶ୍ରମିକ ସଂଘ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଶ୍ରମିକଙ୍କ ପାଇଁ ଆସୁଥିବା ଅର୍ଥ ହଡପ ହେଉଥିବା ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଯେଉଁଥିରେ ବଲାଙ୍ଗିରର ଆଇଇଟିୟୁସି, ବିଏମଏସ, ଏଚଏମଏସ, ସିଆଇଟିୟୁ ଭଳି ସବୁ ଶ୍ରମିକ ସଙ୍ଗଠନ ସାମିଲ ହୋଇ ମିଳିତ ଭାବେ ଧାରଣା ମଧ୍ୟ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାକୁ ଦାଦନ ମୁକ୍ତ କରିବା ପାଇଁ 134 କୋଟି ଟଙ୍କାର ପାଇଲଟ ପ୍ରୋଜେକ୍ଟରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ଆଣିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

ସମାନ ଭାବରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରୀ ଲାଭ ମଧ୍ୟ ଜିଲ୍ଲାର ଶ୍ରମିକମାନେ ପାଉ ନଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ମିଳିତ ଶ୍ରମିକ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details