ବଲାଙ୍ଗୀର: ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଦଳିତ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଯାହାର ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ବଲାଙ୍ଗୀର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାବେଳେ ଜୀବନ ଯାତ୍ରା ଠପ ହୋଇଯାଇଛି ।
ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ସେପଟେ ଶତାଧିକ ଆନ୍ଦୋଳନକାରୀ ଆଜି ସହରରେ ପିକେଟିଂ କରିବା ସହ ଖୋଲା ଥିବା ସବୁ ଦୋକାନ ବଜାର ବନ୍ଦ କରିଛନ୍ତି । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।