ଓଡିଶା

odisha

ETV Bharat / state

ସୌନ୍ଦର୍ଯ୍ୟକରଣ ବଲାଙ୍ଗୀର ପାଇଁ ଆରମ୍ଭ ହେଲା ଚିତ୍ରକଳା କାରୁକାର୍ଯ୍ୟ - କାନ୍ଥବାଡରେ ଆରମ୍ଭ ହୋଇଯାଇଛି ଚିତ୍ରକଳା ଖବର

ବଲାଙ୍ଗୀର ସହରକୁ କରାଯାଉଛି ସୌନ୍ଦର୍ଯ୍ୟକରଣ । ସହରର ବିଭିନ୍ନ କାନ୍ଥବାଡରେ ଆରମ୍ଭ ହୋଇଯାଇଛି ଚିତ୍ରକଳା । ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ କଳାକାରଙ୍କୁ ରୋଜଗାର ଯୋଗାଇଦେବା ସହ ସହରର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଉଛି । ଅଧିକ ପଢନ୍ତୁ…

_beautification of balangir
ସୌନ୍ଦର୍ଯ୍ୟକରଣ ବଲାଙ୍ଗୀର: ସହରରେ ଆରମ୍ଭ ହେଲା ଚିତ୍ରକଳା

By

Published : Feb 10, 2021, 9:03 PM IST

ବଲାଙ୍ଗୀର: ସହରକୁ ଏବେ ସୌନ୍ଦର୍ଯ୍ୟକରଣ କରାଯିବାର ନିଷ୍ପତ୍ତି ହୋଇଛି । ଯେଉଁଥିରେ ସହରର ସବୁ କାନ୍ଥବାଡ଼ ଖାଲି ରହିବ ନାହିଁ । ସବୁ କାନ୍ଥ ବାଡରେ ସୁନ୍ଦର ଚିତ୍ର ଅଙ୍କାଯିବ । ଯାହାର କାମ ଆରମ୍ଭ ହୋଇ ଯାଇଥିବାବେଳେ ଏବେଠୁ ଏହି ସବୁ କାମ ଲୋକଙ୍କ ମନ ମୋହି ନେଲାଣି।

ସୌନ୍ଦର୍ଯ୍ୟକରଣ ବଲାଙ୍ଗୀର ପାଇଁ ଆରମ୍ଭ ହେଲା ଚିତ୍ରକଳା କାରୁକାର୍ଯ୍ୟ

ବଲାଙ୍ଗୀର ସହରରେ ଏବେ ସୌନ୍ଦର୍ଯ୍ୟକରଣ କାମ ହାତକୁ ନେଇଛି ପ୍ରଶାସନ । ସହରର କୌଣସି କାନ୍ଥବାଡ ଆଉ ଖାଲି ରଖାନଯାଇ ସବୁଠି ସୁନ୍ଦର ଚିତ୍ର କଳା ଅଙ୍କା ଯିବାର କାମ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଜିଲ୍ଲା ଓ ଜିଲ୍ଲା ବାହାର ଚିତ୍ରକରମାନେ ସାମିଲ ହୋଇ ତାଙ୍କର ନିପୁଣ ଚିତ୍ର କଳାରେ ସବୁ କାନ୍ଥବାଡକୁ ଜୀବିତ କରିବାରେ ଲାଗି ପଡିଛନ୍ତି । କେଉଁଠି ଆଦିବାସୀ ପରମ୍ପରା ଜୀବନଶୈଳୀର ଝଲକ ତା ଆଉ କେଉଁଠି ଛୋଟ ଛୋଟ ଶିଶୁଙ୍କୁ ଆକୃଷ୍ଟ କଲା ଭଳି ଚିତ୍ର ଅଙ୍କାରେ ବ୍ୟସ୍ତ ଅଛନ୍ତି ଏହି ଚିତ୍ରକର। ସେହିପରି ବଲାଙ୍ଗୀର ଜିଲ୍ଲାର ଐତିହ୍ୟ ମନ୍ଦିର ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ଚିତ୍ର ଏଠି ଅଙ୍କା ଚାଲିଛି । ଏସବୁ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବାର ଜଣାପଡ଼ିଲାଣି । ତେବେ ଓଡ଼ିଶାର ରାଜଧାନୀ ଓ ଅନ୍ୟ କିଛି ସହରରେ ଏହି କାମ ସାରିଥିବାବେଳେ ଏବେ ବଲାଙ୍ଗୀର ସହରରେ ସୌନ୍ଦର୍ଯ୍ୟ କରଣରେ କାନ୍ଥ ବାଡ଼ ସବୁରେ ଚିତ୍ର ଅଙ୍କାଇବା ପାଇଁ ଅଣ୍ଟା ଭିଡ଼ିଛି ବଲାଙ୍ଗୀର ପୌର ପ୍ରଶାସନ। ଅର୍ବାନ ୱେଜ ଏମ୍ପ୍ଲୋୟମେଣ୍ଟ ସ୍କିମରେ ଏହି କାମ କରାଯାଉଥିବା ପୌର ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଆସନ୍ତା କିଛି ମାସରେ ସହରର ସବୁ ସରକାରୀ ଓ ବେସରକାରୀ କାନ୍ଥ ଗୁଡିକରେ ଏହି ଭଳି ସୁନ୍ଦର ଚିତ୍ର ଅଙ୍କାଯିବ ବୋଲି କହିଛନ୍ତି। ଯାହା ଫଳରେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ କୁଶଳୀ ଚିତ୍ରକରମାନେ ମଧ୍ୟ ରୋଜଗାର ପାଇପାରୁଛନ୍ତି । ତେବେ ପୌର ପାଳିକାର ଏହି ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଇଥିବାବେଳେ ଏହାଦ୍ବାରା ପର୍ଯ୍ୟଟକମାନେ ମଧ୍ୟ ଆକୃଷ୍ଟ ହେବେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details