ଓଡିଶା

odisha

ETV Bharat / state

ବଲାଙ୍ଗୀର ବିଡ଼ିଓ ଅପହରଣ ଘଟଣା: 3 ଗିରଫ, ସ୍କର୍ପିଓ ଗାଡ଼ି ଜବତ

ବଲାଙ୍ଗୀର ପୁଇଁତଳା ବିଡିଓ ଅପହରଣ ଘଟଣାରେ 3 ଅଭିଯୁକ୍ତ ଗିରଫ। ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। କିନ୍ତୁ ଏବେ ବି ଫେରାର ଅଛି ଘଟଣାର ମୁଖ୍ୟ ଅଭିଯୁକ୍ତ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

By

Published : Apr 1, 2019, 11:07 PM IST

ବଲାଙ୍ଗୀର : ପୁଇଁତଳାବିଡ଼ିଓ ଅପହରଣ ଘଟଣାରେ ପୋଲିସ 3ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅପହରଣରେ ବ୍ୟବହୃତ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରିଛି । ଏହି ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସୂଚନା ଅନୁସାରେ, ଗତ ୨୯ ତାରିଖ ଅପରାହ୍ନରେ ବଲାଙ୍ଗୀର ଦୁଇ ନମ୍ବର ପୁଇଁତଳା ବ୍ଲକ ବିଡ଼ିଓ ସରୋଜ ମିଶ୍ରଙ୍କୁ ଏହି ବ୍ଲକର ଉପାଧ୍ୟକ୍ଷ ଓ ତାଙ୍କ ସହଯୋଗୀ ବ୍ଲକ ଅଫିସରୁ ଅପହରଣ କରି ପରେ ତିନି ଘଣ୍ଟା ପରେ ଛାଡି ଦେଇଥିଲେ । ଏହି ଘଟଣାର ବ୍ଲକ ଏବିଡିଓ ଉପେନ୍ଦ୍ର ମାଝୀ ନିଜେ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିଥିଲା ।

ତିନି ଗିରଫ ଅଭିଯୁକ୍ତ ହେଲେ ମାନରଞ୍ଜନ କର୍ମୀ, ମନୋରଞ୍ଜନ ନେଗି ଓ ମେଘନାଦ ପ୍ରଧାନ । ସେହିପରି ଏହି ଘଟଣାର ମୁଖ୍ୟ ଉପାଧ୍ୟକ୍ଷ ସଚିନ ଗୁରଣ୍ଡି ଓ ଅନ୍ୟମାନେ ଏବେବି ଫେରାର ଅଛନ୍ତି । ଯାହାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details