ଓଡିଶା

odisha

ETV Bharat / state

ତିନି ଦଫା ଦାବି ନେଇ ବଙ୍ଗୋମୁଣ୍ଡାରେ 12 ଘଣ୍ଟିଆ ବନ୍ଦ ପାଳନ - ବଙ୍ଗୋମୁଣ୍ଡାରେ 12 ଘଣ୍ଟିଆ ବନ୍ଦ ପାଳନ

ତିନି ଦଫା ଦାବି ନେଇ ସୋମବାର ବଙ୍ଗୋମୁଣ୍ଡା ବ୍ଲକରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହା ଯୋଗୁଁ ଦୋକାନ ବଜାର ସମେତ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।

bangomunda band for 12 hours
ବଙ୍ଗୋମୁଣ୍ଡାରେ 12 ଘଣ୍ଟିଆ ବନ୍ଦ ପାଳନ

By

Published : Dec 23, 2019, 7:30 PM IST

ବଲାଙ୍ଗୀର: ତିନି ଦଫା ଦାବି ନେଇ ସୋମବାର ବଙ୍ଗୋମୁଣ୍ଡା ବ୍ଲକରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହାଯୋଗୁଁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

ବଙ୍ଗୋମୁଣ୍ଡାରେ 12 ଘଣ୍ଟିଆ ବନ୍ଦ ପାଳନ

ବଙ୍ଗୋମୁଣ୍ଡା ବ୍ଲକକୁ ଏନଏସି ମାନ୍ୟତା, ସ୍ଥାନୀୟ ଡାକ୍ତରଖାନାର ଉନ୍ନତି ଓ ମୁକୁନ୍ଦ ସାଗରର ପଙ୍କ ଉଦ୍ଧାର ଭଳି ମୁଖ୍ୟ ଦାବି ନେଇ ଏହି ବନ୍ଦ ଡାକରା ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଛି। ଆଗରୁ ତହସିଲଦାରଙ୍କ ଜରିଆରେ ସରକାରଙ୍କୁ ଏହି ସବୁ ଦାବି ଜଣାଇଥିଲେ ମଧ୍ୟ ଦାବି ପୂରଣ ହୋଇନଥିବା ଅଭିଯୋଗ ହୋଇଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details