ବଲାଙ୍ଗୀର: ଜିଲ୍ଲାରେ ମନ୍ଦିର ଖୋଲିବା ପାଇଁ ଦାବି କଲେ ବୈଦିକ ଅନୁଷ୍ଠାନର କର୍ମକର୍ତ୍ତା । ଦୀର୍ଘ ଆଠ ମାସ ହେବ ମନ୍ଦିର ତଥା ସବୁ ବୈଦିକ ଅନୁଷ୍ଠାନ କୋଭିଡ ପାଇଁ ବନ୍ଦ ରହିଛି ।
ମନ୍ଦିର ଖୋଲିବା ଦାବିରେ ପୂଜକ-କର୍ମକର୍ତ୍ତା, ଦାବିପତ୍ର ପ୍ରଦାନ - ମନ୍ଦିର ଖୋଲିବା ଦାବି
ଅନଲକ ପର୍ଯ୍ୟାୟ ବଢିଚାଲିଥିଲାବେଳେ କୋହଳ ହେଉଛି କଟକଣା । ହେଲେ ମନ୍ଦିର, ଧର୍ମାନୁଷ୍ଠାନ ଖୋଲୁନଥିବାରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ବଲାଙ୍ଗୀରର ସବୁ ପୁରୋହିତ ଓ ବୈଦିକ ଅନୁଷ୍ଠାନର କର୍ମକର୍ତ୍ତା । ଅଧିକ ପଢନ୍ତୁ...
ତେବେ ଗୋଟିଏ ପଟେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇ ଅନ୍ୟ ରାଜ୍ୟରେ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିବାବେଳେ ଓଡ଼ିଶାରେ ସରକାର ଏହାକୁ ବାଦ ଦେଇଛନ୍ତି। ଯାହା ଫଳରେ ବଲାଙ୍ଗୀରରେ ଥିବା ସବୁ ମନ୍ଦିର ବନ୍ଦ ଅଛି । ଯାହା ଦ୍ବାରା ସବୁ ପୁରୋହିତ ପୂଜକ ଓ କର୍ମକର୍ତ୍ତାମାନେ ଅସହାୟ ହୋଇ ପଡିଛନ୍ତି । ସେମାନଙ୍କ ପରିବାର ପୋଷଣ ମଧ୍ୟ ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ । ଏ ନେଇ ବୁଧବାର ଜିଲ୍ଲାର ସବୁ ପୁରୋହିତ ଓ ବୈଦିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମନ୍ଦିର ଖୋଲିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ