ବଲାଙ୍ଗୀର :ଏଣିକି ସାବାଡ ହେବେ ରୋଡରୋମିଓ । ସୁରକ୍ଷିତ ଅନୁଭବ କରିବେ ମହିଳା ଓ କଲେଜ ଛାତ୍ରୀ । କାହିଁକିନା ବଲାଙ୍ଗୀର ପୋଲିସ ଗ୍ରହଣ କରିଛି ସ୍ବତନ୍ତ୍ର ପଦକ୍ଷେପ । ଯେଉଁଥିରେ ସହର ମଧ୍ୟରେ ମହିଳା ପୋଲିସ ସ୍କୁଟି ଧରି ପାଟ୍ରୋଲିଂ କରିବେ । ସହରର ମୁଖ୍ୟ ସ୍ଥାନ ସହ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ରଖିବେ ତୀକ୍ଷ୍ଣ ନଜର । ଯୁବତୀମାନେ ରୋଡ଼ ରୋମିଓଙ୍କ କମେଣ୍ଟର ଆଉ ଶିକାର ହେବେବି ବୋଲି ପୋଲିସ କହିଛି ।
ତେବେ ପ୍ରଥମ ପର୍ଯ୍ୟାୟରେ ତିନୋଟି ସ୍କୁଟିରେ ଛ ଜଣ ପ୍ରଶିକ୍ଷିତ ମହିଳା ପୋଲିସ ସହରର ପ୍ରମୁଖ ସ୍ଥାନରେ ନିୟୋଜିତ ହୋଇଛନ୍ତି । କୌଣସି ଅସୁବିଧା ହେଲେ ଯୁବତୀମାନେ ମହିଳା ପୋଲିସଙ୍କର ସାହାଯ୍ୟ ନେଇପାରିବେ । ତେବେ ପୂର୍ବରୁ ପୋଲିସ ବଲାଙ୍ଗୀର ସହରକୁ 9ଟି ଜୋନରେ ବିଭକ୍ତ କରି ଚାରୋଟି ବୋଲେରୋ ସହିତ 9ଟି ମୋଟର ସାଇକଲରେ ଦୁଇ ଜଣ ପୋଲିସ ଅଧିକାରୀ ଦିନ ରାତି ପଇଁତରା ମାରୁଛନ୍ତି । ସେହିପରି ସହର ମଧ୍ୟରେ ବେଆଇନ କାର୍ଯ୍ୟ ଓ ଅପରାଧକୁ ରୋକିବ ବୋଲି ପୋଲିସ କହିଛି ।