ଓଡିଶା

odisha

ETV Bharat / state

ବହୁଚର୍ଚ୍ଚିତ ବେଲପଡ଼ା ଟ୍ରିପଲ ମର୍ଡର ଘଟଣା, ୧୧ ବର୍ଷ ପରେ ଦୋଷୀକୁ ଆଜୀବନ କାରାଦଣ୍ଡ

ବଲାଙ୍ଗୀର ବେଲପଡ଼ାର ବହୁଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

By

Published : Jul 30, 2022, 10:24 PM IST

ବହୁଚର୍ଚ୍ଚିତ ବେଲପଡ଼ା ଟ୍ରିପଲ ମର୍ଡର ଘଟଣା, ୧୧ ବର୍ଷ ପରେ ଦୋଷୀକୁ ଆଜୀବନ କାରାଦଣ୍ଡ
ବହୁଚର୍ଚ୍ଚିତ ବେଲପଡ଼ା ଟ୍ରିପଲ ମର୍ଡର ଘଟଣା, ୧୧ ବର୍ଷ ପରେ ଦୋଷୀକୁ ଆଜୀବନ କାରାଦଣ୍ଡ

ବଲାଙ୍ଗୀର: ବେଲପଡ଼ାର ବହୁଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ବଲାଙ୍ଗୀର ବେଲାପଡ଼ା ମା’ ଓ ଦୁଇ ଝିଅଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯିବା ଅଭିଯୋଗରେ ଦୋଷୀକୁ ଆଜୀବନ ଜେଲ ଦେଣ୍ଡାଦେଶ ଦେଇଛନ୍ତି ଅଦାଲତ । ହତ୍ୟାକାଣ୍ଡର ୧୧ ବର୍ଷ ପରେ ଦୋଷୀକୁ ମିଳିଛି ଦଣ୍ଡ ।

ସୂଚନା ଅନୁଯାୟୀ, ବାସୁଦେବ ପଡ଼ାରେ ରହୁଥିବା ମହିଳା ଦୀପ୍ତିମୟୀ ମେହେର ଓ ତାଙ୍କ ଦୁଇ ଅବିବାହିତ ଝିଅ ପ୍ରତିଭା ମେହେର ତଥା ପ୍ରଣତି ମେହେରଙ୍କୁ ମାଳିପଡ଼ା ଗ୍ରାମର ଯୁଗେଶ୍ୱର ମେହେର ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ଯୁଗେଶ୍ବର ଦୀପ୍ତିମୟୀଙ୍କ ଘରେ ପୂର୍ବରୁ ସିଲେଇ ମାଷ୍ଟର ଭାବରେ କାମ କରୁଥିଲା । ସମ୍ପତ୍ତି ତଥା ସୁନା ଲୋଭରେ ନାବାଳକ ପୁଅ ସହ ମିଶି ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଘଟଣା ପରେ ବେଲପଡ଼ାରେ ତୀବ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା ।

ପୋଲିସ୍ ତ୍ୱରିତ ପଦକ୍ଷେପ ନେଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲାରେ ଯୁଭେନାଇଲ କୋର୍ଟ ନାବାଳକକୁ ଏକ ବର୍ଷ ସୁଧାର ଗୃହରେ ରଖିବାର ନିର୍ଦ୍ଦେଶ ଦେଇ ଥିବାବେଳେ 11 ବର୍ଷ ପରେ 27 ଜଣଙ୍କ ସାକ୍ଷ ପ୍ରମାଣକୁ ଭିତ୍ତି କରି ପାଟଣାଗଡ଼ ଏଡିଜେ କୋର୍ଟ ଯୁଗେଶ୍ୱର ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଯୁଗେଶ୍ୱରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ଦଶ ହଜାର ଟଙ୍କା ଜରିମାନା କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details