ଓଡିଶା

odisha

ETV Bharat / state

ବଲାଙ୍ଗୀର ଶିକ୍ଷୟିତ୍ରୀ ନିଖୋଜ ଘଟଣା, ପରିବାର ଆଣିଲା ସଙ୍ଗୀନ ଅଭିଯୋଗ - ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର । ୩ ପୋଲିସ କର୍ମଚାରୀ ନିଲମ୍ବିତ । ସେପଟେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ...

ବଲାଙ୍ଗୀର ଶିକ୍ଷୟିତ୍ରୀ ନିଖୋଜ ଘଟଣା, ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର
ବଲାଙ୍ଗୀର ଶିକ୍ଷୟିତ୍ରୀ ନିଖୋଜ ଘଟଣା, ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର

By

Published : Oct 19, 2021, 6:46 AM IST

ବଲାଙ୍ଗୀର:ଜିଲ୍ଲାରେ ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ହୋଇଥିବାବେଳେ ତାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଫେରାର ହୋଇ ଯାଇଛି। ଏଭଳି ସ୍ଥଳେ ଶିକ୍ଷୟତ୍ରୀଙ୍କ ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବଲାଙ୍ଗୀରର ସ୍କୁଲ ଶିକ୍ଷୟତ୍ରୀ ମାମିତା ମେହେରଙ୍କ ପତ୍ତା ମିଳୁନି। ନିଖୋଜ ହେବାକୁ ୧୦ ଦିନ ବିତିଥିଲେ ସୁଦ୍ଧା ପୋଲିସର ହାତ ଏବେ ବି ଖାଲି ରହିଛି। ସେପଟେ ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ମାଲିକ ପୋଲିସ ହେପାଜତରୁ ଫେରାର ହୋଇଯିବା ଘଟଣାକୁ ଏବେ ଆହୁରି ରହସ୍ୟମୟ କରିଛି ।

ବଲାଙ୍ଗୀର ଶିକ୍ଷୟିତ୍ରୀ ନିଖୋଜ ଘଟଣା, ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର

ପରିବାରର ଅଭିଯୋଗ ଅନୁସାରେ, ଝିଅ ମମିତା ମେହେର କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମହାଳିଙ୍ଗ ସନ୍ ସାଇନ୍ସ ପବ୍ଲିକ ସ୍କୁଲରେ ଶିକ୍ଷକତା କରୁଥିଲେ । ତେବେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ସ୍କୁଲର ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ଯୌନ ଶୋଷଣ କରୁଥିଲେ। ଯାହା ମମିତା ମେହେର ଜାଣିଥିବାବେଳେ କୋରୋନା ଲକଡାଉନରେ ଘରକୁ ଆସି ଆଉ ସ୍କୁଲ ନଯିବା ପାଇଁ କହିଥିଲେ । ହେଲେ ଗତ ୭ ତାରିଖରେ ଗୋବିନ୍ଦ ସାହୁ ତାଙ୍କୁ ଫୋନ୍ କରି ମିଟିଂ ଆଳରେ ସ୍କୁଲ ଆସିବାକୁ କହିଥିଲେ। ତାପରଠାରୁ ମମିତା ନିଖୋଜ ହୋଇଥିବାବେଳେ ତାଙ୍କର ଅପହରଣ କିମ୍ବା ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବା । ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ଥିବାରୁ ପୋଲିସ ଜାଣି ଶୁଣି ଘଣ୍ଟ ଘୋଡ଼ାଉଛି ବୋଲି ଏମାନେ ଅଭିଯୋଗ ଆଣିଛନ୍ତି।

ସେପଟେ ମମିତା ମେହେର ଗତ ୮ ତାରିଖରେ ବଲାଙ୍ଗୀର ଚାନ୍ଦୋ ତୋରା ଗ୍ରାମରୁ ନିଖୋଜ ହୋଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଗତ 12 ତାରିଖରେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବାବେଳେ ଆଜି ସେ ଟିଟିଲାଗଡ ଥାନାରୁ ଫେରାର ହୋଇ ଯାଇଛି। ସେପଟେ ବଲାଙ୍ଗୀର ଏସପି ଏଥିରେ କାର୍ଯ୍ୟାନୁଷ୍ଠାନ ନେଇ ୩ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସେହିପରି ବଛା ବଛା ପୋଲିସ ଅଧିକାରୀଙ୍କ ୪ଟି ଟିମ ଏହି ମାମଲାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଏସପି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details