ଓଡିଶା

odisha

ETV Bharat / state

ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ, ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ - ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଅଭିଯୋଗ। ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ଯଜ୍ଞକରି ଜନସାଧାରଣ କଲେ ଅଭିନବ ପ୍ରତିବାଦ। ଅଧିକ ପଢ଼ନ୍ତୁ

ଏସ୍ପଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ କଲେ ଜନସାଧାରଣ
ଏସ୍ପଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ କଲେ ଜନସାଧାରଣ

By

Published : Feb 13, 2023, 7:28 PM IST

ଏସ୍ପଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ କଲେ ଜନସାଧାରଣ

ବଲାଙ୍ଗୀର: ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାରେ ଜନସାଧାରଣ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ହୋମ ଯଜ୍ଞ କରି ଅଭିନବ ପ୍ରତିବାଦ କରିଛନ୍ତି ବଲାଙ୍ଗୀରବାସୀ । ବଲାଙ୍ଗୀର ଜିଲ୍ଲାରେ କିଛି ମାସ ହେବ ଅପରାଧ ସଂଖ୍ୟା ବଢିଛି । ଯେଉଁଥିରେ ହତ୍ୟା, ଲୁଟ, ଡକାୟତି, ମରଣାନ୍ତକ ଆକ୍ରମଣ ଓ ଚୋରି ଭଳି ଘଟଣା ସାରା ଜିଲ୍ଲାରେ ବଢ଼ିଛି ।

ସେହିପରି ବଲାଙ୍ଗୀର ସହର ରେ ମଧ୍ୟ ସମାନ ଭାବରେ ଅପରାଧ ବଢିଥିବା ସହ ବେଆଇନ ନିଶା କାରବାର ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ପୋଲିସ ପ୍ରଶାସନ ଉପରେ ଲୋକେ ଅସନ୍ତୁଷ୍ଟ ଥିବା ବେଳେ ଆଜି ଏହା ପାଇଁ ଲୋକେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ବଲାଙ୍ଗୀରର ସ୍ବଚ୍ଛାସେବୀ ସଂଗଠନର ନେତୃତ୍ବରେ ଆଜି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସହରରେ ଏକ ଶାନ୍ତି ଶୋଭାଯାତ୍ରା କରିଛନ୍ତି ।

ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଶାନ୍ତି ହୋମ ଯଜ୍ଞ କରି ଅଭିନବ ପ୍ରତିବାଦ କରିଛନ୍ତି । ସେହିପରି ଏସ୍‌ପିଙ୍କ ସହିତ ସେମାନେ ଆଲୋଚନା କରି ସଠିକ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ବଲାଙ୍ଗୀର ଏବେ ଦିଲ୍ଲୀ ପରି କ୍ରାଇମ କ୍ୟାପିଟାଲ ପାଳିଟିଛି ବୋଲି କହିଛନ୍ତି ନାରୀ ନେତ୍ରୀ ନୂତନ ଦାସ । ଅପରାଧୀ ହୁଅନ୍ତୁ କିମ୍ବା ନିଶା ମାଫିଆ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସେହିପରି ନିଶା ସେବନ ଓ ବିକ୍ରି ରୋକିବାକୁ ସ୍ବତନ୍ତ୍ର ସଚେତନତା କରିବା ପାଇଁ ସେ ଦାବି କରିଛନ୍ତି । ସେହିପରି ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ଶାନ୍ତି ଯଜ୍ଞ ଓ ଭଗବାନଙ୍କ ସାହାରା ନେବାକୁ ପଡ଼ିଛି ବୋଲି କହିଛନ୍ତି ଯୁବ ସମାଜ ସେବୀ କାହ୍ନା ଶତପଥି । ପୋଲିସ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଉନଥିବା ବେଳେ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଉଛନ୍ତି । ତା ସହିତ ହଣାକଟା ଚୋରି ଡକାୟତି ଭଳି ଅପରାଧ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି ।

ତେଣୁ ସମସ୍ତଙ୍କ ମନରେ ଶାନ୍ତି ଆଣିବା ପାଇଁ ବିବେକ ଆବଶ୍ୟକ ଓ ବିବେକ ପାଇଁ ଐସ୍ବରୀୟ କୃପା ଜରୁରୀ ଯାହା ଦ୍ବାରା ମାନବୀୟ ଗୁଣ ଆସିବ ଓ ଅପରାଧ କମିବ ବୋଲି କହିଛନ୍ତି କାହ୍ନା ଶତପଥି । ସେପଟେ ବଲାଙ୍ଗୀର ଏସ୍ପି ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏସ୍ପି କହିଛନ୍ତି,‘‘ପୋଲିସ ସବୁବେଳେ ସଜାଗ ଥିବା ବେଲେ ସବୁ ଅପରାଧରେ ଦୋଷୀଙ୍କୁ ଧରି ଜେଲ୍‌ ପଠାଯାଇଛି । ସେହିପରି କିଛି ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ତଦନ୍ତ ଚାଲିଛି ।’’

ତେବେ ପେଶାଗତ ଅପରାଧୀ ହୁଅନ୍ତୁ କିମ୍ବା ନିଶା ମାଫିଆ ତାଙ୍କୁ ଧରିବାରେ ପୋଲିସ ସଫଳ ହେଉଛି। ସେହିପରି ସେମାନଙ୍କ ବିରୋଧରେ 110 ସି ଆର ପିସି, ଏନ ଏସ ଏ ଭଳି ଧାରା ଲଗାଇ ଜେଲ ପଠାଉଛି ପୋଲିସ। ତେବେ ଲୋକେ ଭୟଭୀତ ନହୋଇ ସହଯୋଗ କରିବାକୁ କହିଛନ୍ତି ବଲାଙ୍ଗୀର ଏସ୍‌ପି । ସମାନ ଭାବରେ ପୋଲିସ୍‌ର ସ୍ୱତନ୍ତ୍ର ନମ୍ବର 112ରେ କୌଣସି ସମୟରେ ଅଭିଯୋଗ କରା ଯାଇପାରିବ ଓ ତତ୍‌କ୍ଷଣାତ ପୋଲିସ ସାହାଯ୍ୟ ପାଇଁ ପହଞ୍ଚିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details