ବଲାଙ୍ଗୀର:ସଇଁତଳା ପୋଲିସ୍ କବ୍ଜାରେ ୭ ଆନ୍ତଃ ଜିଲ୍ଲା ଡକାୟତ । ଏହି ଡକାୟତ ଦଳ କଳାହାଣ୍ଡି ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଶତାଧିକ ଡକାୟିତ ମାମଲାରେ ଜଡ଼ିତ ଥିଲେ । ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଡକାୟତଙ୍କ ନିକଟରୁ ୩ଟି ବାଇକ, ୬ଟି ମୋବାଇଲ ଫୋନ୍ , ଗୋଟିଏ ଲ୍ୟାପ୍ଟପ୍, ୨ଟି ଲୁହା ପାଇପ, ଗୋଟିଏ କଟୁରୀ, ୨ଟି ଟର୍ଚ୍ଚ ଲାଇଟ ସହ ନଗଦ ୧୯ ହଜାର ଟଙ୍କା ଜବତ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ସଦର ଥାନା, ବେଲପଡା, ମୁରିବାହାଲ, ଦେଓଗାଁ, ସଇଁତଲା, କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଅଞ୍ଚଳର ଫାଇନ୍ସସ କର୍ମଚାରୀଙ୍କୁ ଟାର୍ଗେଟ କରି ଏମାନେ ଲୁଟ କରୁଥିଲେ । ଏହାକୁ ନେଇ ବଲାଙ୍ଗୀର ଏସ୍ପି ସମସ୍ତ ଥାନାକୁ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସଇଁତଳା ପୋଲିସ ପଞ୍ଝାରେ ୭ ଆନ୍ତଃଜିଲ୍ଲା ଡକାୟତ - ଆନ୍ତଃ ଜିଲ୍ଲା ଡକାୟତଙ୍କୁ ଗିରଫ କଲା ସଇଁତଳା ପୋଲିସ
ସଇଁତଳା ପୋଲିସ୍ କବ୍ଜାରେ ୭ ଆନ୍ତଃ ଜିଲ୍ଲା ଡକାୟତ । ଏହି ଡକାୟତ ଦଳ କଳାହାଣ୍ଡି ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଶତାଧିକ ଡକାୟିତ ମାମଲାରେ ଜଡ଼ିତ ଥିଲେ । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଟିଟିଲାଗଡ଼ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅଧିକ ପଢ଼ନ୍ତୁ
ଆଜି(ସୋମବାର) ଟିଟିଲାଗଡ଼ ରାସ୍ତା କୁଇକେଡ଼ା ପଞ୍ଚାୟତର କଳାହାଣ୍ଡି ଛକ ନିକଟରେ ୯ ଜଣ ଲୁଟେରା ଡକାୟତି କରିବାକୁ ଯୋଜନା କରିଥିଲେ । ତେବେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଘଟଣାସ୍ଥଳରେ ସଇଁତଳା ଥାନା ପୋଲିସ ପହଞ୍ଚି ୭ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ୨୫ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି ।
ଗିରଫ ଡକାୟତ ହେଉଛନ୍ତି ଡୁଙ୍ଗୁରିଗୁଡା ଗ୍ରାମର ପ୍ରତାପ ସୁନା, ଦେଓଗାଁ ଥାନା ପଟାମୁଣ୍ଡା ଗ୍ରାମର ରୋହିତ ନନ୍ଦ, ସଇଁତଳା ଥାନାର ଖାସବାହାଲ ଗ୍ରାମର ଦୁଃଖ ନାଏକ, ଶିଶୁ ନାଗ, ପରମା ସେଠ, ରାଜେଶ ନାଗ ଓ ମୁକେଶ ଜାନୀ । ସେମାନଙ୍କ ନାମରେ ସଇଁତଳା ଥାନାରେ ୧୦ଟି, ବେଲପଡ଼ା, ମୁରିବାହାଲ, ବଲାଙ୍ଗୀର ସଦର ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ବେଳେ ତୁଷୁରା ଥାନାରେ ୪ଟି, ଦେଓଗାଁ ଥାନାରେ ୩ଟି ଓ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନାରେ ୫ଟି ମାମଲା ରହିଛି । ପୋଲିସ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି କଡ଼ା ସୁରକ୍ଷା ବଳୟରେ ସଇଁତଳା କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଟିଟିଲାଗଡ଼ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହାକୁ ନେଇ ଟିଟିଲାଗଡ଼ ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।