ଓଡିଶା

odisha

ETV Bharat / state

Admission Fee Hike: ଆନ୍ଦୋଳନକୁ ଓହ୍ଲାଇଲେ ରାଜେନ୍ଦ୍ର ନାରାୟଣ ୟୁନିଭର୍ସିଟିର ଛାତ୍ରଛାତ୍ରୀ

ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ୟୁନିଭର୍ସିଟି ଯୁକ୍ତ ତିନି କଳା(Arts) ଓ ବାଣିଜ୍ୟ(commerce)ରେ ନାମ ଲେଖାଇବା ପାଇଁ ପୂର୍ବରୁ ୧୮୪୪ ଟଙ୍କା ଫିସ୍‌ ରହିଥିଲା । ମାତ୍ର ଏବେ ଏଥିରେ ୧୬୩୪ ଟଙ୍କା ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 25, 2021, 3:59 PM IST

Updated : Nov 25, 2021, 4:07 PM IST

balangir rajendra Narayana university students strike against admission fee hike
Admission fee hike: ଆନ୍ଦୋଳନକୁ ଓହ୍ଲାଇଲେ ରାଜେନ୍ଦ୍ର ନାରାୟଣ ୟୁନିଭରସିଟିର ଛାତ୍ରଛାତ୍ରୀ

ବଲାଙ୍ଗୀର: ରାଜେନ୍ଦ୍ର ୟୁନିଭର୍ସିଟି(Rajendra Narayana University)ରେ ଛାତ୍ର ଆନ୍ଦୋଳନ । ନାମ ଲେଖା ଫିସ୍‌ ଅହେତୁକ ବୃଦ୍ଧି ଅଭିଯୋଗରେ ଛାତ୍ର ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ବଲାଙ୍ଗୀର ରାଜେନ୍ଦ୍ର ୟୁନିଭର୍ସିଟି ଯୁକ୍ତ ତିନି କଳା ଓ ବାଣିଜ୍ୟରେ ନାମ ଲେଖାଇବା ପାଇଁ ପୂର୍ବରୁ ୧୮୪୪ ଟଙ୍କା ଫିସ୍‌ ରହିଥିଲା । ମାତ୍ର ଏବେ ଏଥିରେ ୧୬୩୪ ଟଙ୍କା ବୃଦ୍ଧି କରାଯାଇଛି।

ସମାନ ଭାବରେ ବିଜ୍ଞାନରେ ମଧ୍ୟ ନାମ ଲେଖାଇବାକୁ ପୂର୍ବରୁ ଧାର୍ଯ୍ୟ ଫିସ୍‌ରେ ୧୯୦୦ ଟଙ୍କା ବୃଦ୍ଧି କରାଯାଇଛି। ତେବେ COVID କାଳତଥା ମରୁଡି ପଡିଥିବା ବେଳେ ଛାତ୍ରଛାତ୍ରୀ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି କହିଛନ୍ତି ।

Admission fee hike: ଆନ୍ଦୋଳନକୁ ଓହ୍ଲାଇଲେ ରାଜେନ୍ଦ୍ର ନାରାୟଣ ୟୁନିଭର୍ସିଟିର ଛାତ୍ରଛାତ୍ରୀ

ଏହା ମଧ୍ୟ ପଢନ୍ତୁ:BSKY Smart Cards: ଝିଅକୁ କାନ୍ଧରେ ବାପା ହସ୍ପିଟାଲ ନେବା ପରେ ସ୍ମାଟକାର୍ଡକୁ ବିରୋଧୀଙ୍କ ଟାର୍ଗେଟ

ସେହିପରି ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ସରକାର ଏସବୁ ବିଶ୍ବବିଦ୍ୟାଳୟ ଖୋଲିଛନ୍ତି। ମାତ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଅଣଦେଖା କରି ଅହେତୁକ ଫିସ୍‌ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି ନେଇ ଛାତ୍ରଛାତ୍ରୀ ୟୁନିଭର୍ସିଟି କ୍ୟାମ୍ପସ ମଧ୍ୟରେ ଧାରଣା ଦେଇଛନ୍ତି । ଏବଂ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Nov 25, 2021, 4:07 PM IST

ABOUT THE AUTHOR

...view details