ବଲାଙ୍ଗୀର: ବଲାଙ୍ଗୀରରେ ଗାଁ ରାସ୍ତାରେ ଶୌଚ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଯେଉଁଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି।
ଘଟଣାଟି ବଲାଙ୍ଗୀର ପୁଇଁତଲା ବ୍ଲକ ଆଇଁଲା ସାରି ଗ୍ରାମରେ ଘଟିଛି। ଏହି ଗାଁ ବାହାରେ ଶୌଚ ଗଲେ 500 ଟଙ୍କା ଆର୍ଥିକ ଦଣ୍ଡ ରଖା ଯାଇଛି। ତେବେ ଏହାକୁ ନେଇ ଗାଁର 2 ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଯେଉଁଥିରେ ଗାଁର ତିହଁଲ ଷଣ୍ଢଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ସେପଟେ ଗ୍ରାମବାସୀ ଏହି ଘଟଣା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।