ଓଡିଶା

odisha

ETV Bharat / state

ଗଡୁନି ଚକ: ବେଉସା ପରିବର୍ତ୍ତନ କରିବାକୁ ବାଧ୍ୟ ବସ କର୍ମଚାରୀ - ଗଡୁନି ଚକ

କୋରୋନା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ । ଏଥଲାଗି କିଛି କର୍ମଚାରୀ ନିଜର ବେଉସା ପରିବର୍ତ୍ତନ କରିବାରେ ଲାଗିଛନ୍ତି । ସେପଟେ ବସର ଯାନ୍ତ୍ରିକ ରକ୍ଷଣାବେକ୍ଷଣ ଓ ବୀମା ଖର୍ଚ୍ଚ ଯୋଗାଡ କରିବା ବସ ମାଲିକ ପାଇଁ ଅସମ୍ଭବ ହୋଇ ପଡିଛି ।

ଗଡୁନି ଚକ: ପେଟ ପାଇଁ ବେଉସା ପରିବର୍ତ୍ତନ କରୁଛନ୍ତି  ବସ କର୍ମଚାରୀ
ଗଡୁନି ଚକ: ପେଟ ପାଇଁ ବେଉସା ପରିବର୍ତ୍ତନ କରୁଛନ୍ତି ବସ କର୍ମଚାରୀ

By

Published : Jul 30, 2020, 2:49 PM IST

ବଲାଙ୍ଗୀର: ଜିଲ୍ଲାରେ ବସ ସେବା ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି । ଏହି ସମୟରେ ବସ ମାଲିକ ଠାରୁ ଆରମ୍ଭ କରି ବସରେ ନିୟୋଜିତ ସବୁ କର୍ମଚାରୀଙ୍କ ଜୀବନଜୀବିକା ମଧ୍ୟ ଠପ ହୋଇଯାଇଛି। କିଛି ଲୋକଙ୍କୁ ଏହି ପରିସ୍ଥିତି ନିଜର ବେଉସା ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରିଛି।

ଗଡୁନି ଚକ: ପେଟ ପାଇଁ ବେଉସା ପରିବର୍ତ୍ତନ କରୁଛନ୍ତି ବସ କର୍ମଚାରୀ

ବଲାଙ୍ଗୀର ଜିଲ୍ଲାରେ ପାଖାପାଖି 2 ହଜାର ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଏଥିରୁ ନିଜ ପେଟ ପୋଷୁଥିଲେ। ହେଲେ କୋରୋନା ପାଇଁ ପ୍ରଥମେ ସଟ ଡାଉନ ଓ ପରେ ଯାତ୍ରୀ ନ ଆସିବା ଯୋଗୁଁ ଗତ ଚାରି ମାସ ହେବ ଜିଲ୍ଲାରେ ବସ ସେବା ଠପ ହୋଇଯାଇଛି। ଗୋଟିଏପଟେ ବସ ଗଡୁ ନଥିବା ବେଳେ ଅନ୍ୟପଟେ ବସ କର୍ମଚାରୀ ଓ ବସ ମାଲିକ ସମ୍ପୂଣ୍ଣ ଭାବରେ ଏଥି ଯୋଗୁଁ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଏବଂ ଆଗକୁ ମଧ୍ୟ ପରିସ୍ଥିତରେ କେବେ ସୁଧାର ଆସିବ ଓ ଜୀବନର ଗାଡି କେବେ ଗାଡିବ ତାକୁ ନେଇ ସମସ୍ତେ ଚିନ୍ତାରେ। ସେପଟେ କିଛି କର୍ମଚାରୀ ଏହି ପରିସ୍ଥିତି ନିଜର ବେଉସା ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରିଛି। କିଛି ବସ କର୍ମଚାରୀ ନିଜ ପରିବାର ପେଟ ପୋଷିବା ପାଇଁ ପନିପରିବା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।

ସୂଚନାଥାଉକି, ଜିଲ୍ଲାରେ ଘରୋଇ ବସ ସେବାରେ 150 ବସ ପ୍ରତିଦିନ ଜିଲ୍ଲା ବାହାରକୁ ତଥା ଜିଲ୍ଲା ମଧ୍ୟରେ ଯିବା ଆସିବା କରିଥାଏ । ତେବେ ସଟଡାଉନ ଯୋଗୁଁ ମାଲିକମାନେ ବିପୁଳ କ୍ଷତି ସହିଥିବାବେଳେ ସରକାର ରୋଡ ଟ୍ୟାକ୍ସ ଛାଡ କରି ତାଙ୍କ ଦୁଃଖ କିଛି ଲାଘବ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ବସ ନଚାଲିବା ପୁଣି ଅନେକ ସମସ୍ୟା ସୃଷ୍ଟି କରିଛି। ଏବେ ବସର ଯାନ୍ତ୍ରିକ ରକ୍ଷଣାବେକ୍ଷଣ ଓ ବୀମା ଖର୍ଚ୍ଚ ଯୋଗାଡ କରିବା ବସ ମାଲିକ ପାଇଁ ଏବେ ଅସମ୍ଭବ ହୋଇ ପଡିଛି। ଏବଂ ଆଗକୁ ଏହି ପରିସ୍ଥିତି ଜାରି ରହିଲେ ସମସ୍ତେ ଆହୁରି ଦୁଃଖ ଭୋଗିବେ ବୋଲି କହିଛନ୍ତି।

କରୋନା ଅନେକ ବେପାରରେ ତାଲା ପକାଇ ଥିବା ବେଳେ ବସ ସେବାକୁ ମଧ୍ୟ ସମ୍ପୂର୍ଣ ଠପ କରିଛି। ଏବଂ ଆଗକୁ ଏହି ସ୍ଥିତି କେବେ ବଦଳିବ ତାହା କେହି ଜାଣି ନଥିବାବେଳେ ଏହାର କ୍ଷତି କିନ୍ତୁ ସମସ୍ତେ ଭୋଗୁଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details