ଓଡିଶା

odisha

ETV Bharat / state

ବ୍ରିଟିଶ ବିରୋଧରେ ପ୍ରଜାମେଳିକୁ ପୁରିଲା 84 ବର୍ଷ, ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି - ବ୍ରିଟିଶ ବିରୋଧରେ ପ୍ରଜାମେଳି

ବଲାଙ୍ଗୀରରେ ବ୍ରିଟିଶ ସରକାର ବିରୋଧରେ ହୋଇଥିବା ବିରାଟ ପ୍ରଜାମେଳିକୁ ପୁରିଲା 84 ବର୍ଷ। ଅଧିକ ପଢନ୍ତୁ

Balangir Praja Meli
Balangir Praja Meli

By ETV Bharat Odisha Team

Published : Oct 2, 2023, 10:32 AM IST

Balangir Praja Meli

ବଲାଙ୍ଗୀର: ଜିଲ୍ଲାରେ ବ୍ରିଟିଶ ଶାସନ ସମୟରେ ହୋଇଥିବା ପ୍ରଜାମେଳିକୁ ପୁରିଲା 84 ବର୍ଷ । ଏହି ଅବସରରେ ପ୍ରଜା ମେଳିରେ ସାମିଲ ଥିବା ସେନାନୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଚୁଡ଼ାପାଳିରେ ଏକ ବିରାଟ ସ୍ମୃତି ସଭାର ଆୟୋଜନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । 1938 ମସିହାରେ ବଲାଙ୍ଗୀର ଚୁଡ଼ାପାଲିର ଗଅନ୍ତିଆ ଯୋଗେଶ୍ୱର କୁମୁରା ପ୍ରଜାମେଳିର ନେତୃତ୍ବ ନେଇଥିଲେ । ସ୍ଥାନୀୟ ଅଞ୍ଚଳର କୃଷକ ମାନଙ୍କ ସମସ୍ୟାକୁ ନେଇ ଇଂରେଜ ବିରୋଧରେ ପ୍ରଜାମେଳି କରିଥିଲେ ଯୋଗେଶ୍ୱର ।

ସେପ୍ଟେମ୍ବର 29 ତାରିଖ 1938 ମସିହାରେ ଯୋଗେଶ୍ୱର କୁମୁରା ଓ ନିତ୍ୟାନନ୍ଦ ମିଶ୍ର ମିଳିତ ଭାବରେ କୃଷକଙ୍କ ହକ ପାଇଁ ବ୍ରିଟିଶ ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ଏକ ସଂଗଠନ ତିଆରି କରି 1938 ମସିହା ଅକ୍ଟୋବର 1ତାରିଖରେ ଦଶ ହଜାରରୁ ଉର୍ଦ୍ଧ୍ବ କୃଷକ ଓ ଲୋକଙ୍କୁ ନେଇ ଚୁଡ଼ାପାଳିରୁ ପଦ ଯାତ୍ରାରେ ଆସି ବଲାଙ୍ଗୀର ପାଟଣାର ତତ୍କାଳୀନ ରାଜାଙ୍କ ପ୍ରାସାଦ ଘେରାଉ କରିଥିଲେ। ଏକ ସଂଗଠନ ଭାବରେ ବଲାଙ୍ଗୀରର ଏହାହିଁ ବଡ଼ ସ୍ଵାଧୀନତା ସଂଗ୍ରାମ ବୋଲି ଇତିହାସରେ ଲିପିବଦ୍ଧ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଉସକାଲବାଗରେ ପ୍ରସ୍ତାବିତ ଚୂନ ପଥର ଖଣି ଖନନକୁ ବିରୋଧ, ଆଦିବାସୀ ସଂଘର ପ୍ରଜାମେଳି

ବଲାଙ୍ଗୀର ପାଟଣାର ଏହି ଆନ୍ଦୋଳନରେ ବଲାଙ୍ଗୀରର ସ୍ୱାଧୀନତା ସଂଗ୍ରାମୀ କପିଳେଶ୍ୱର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର, ଯୁଧିଷ୍ଠିର ମିଶ୍ର, ସ୍ୱପ୍ନାନନ୍ଦ ପାଣିଗ୍ରାହୀ, ଚିନ୍ତାମଣି ରଥ, କେଉଁଟି ପାଲିର, କପୁର୍ଚ୍ଚନ ନାଏକ, ସଇଁତଲାର ଦିବାକର ବହିଦାର ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ । ସେପଟେ ଏହି ସ୍ଵାଧୀନତା ସଂଗ୍ରାମୀଙ୍କୁ ଉଚିତ୍ ସମ୍ମାନ ମିଳି ପାରି ନାହିଁ । ବିଗତ କିଛି ବର୍ଷ ହେବ କୁମୁର ସ୍ମୁତି କମିଟି ଏଥିପାଇଁ ଲଢେଇ କରି ଆସୁଛି । ସେହିପରି ଏହି ବିରାଟ ପ୍ରଜାମେଳିକୁ 84 ବର୍ଷ ପୁରିଥିବା ବେଳେ ଯୋଗେଶ୍ୱର କୁମୁରାଙ୍କ କର୍ମସ୍ଥଳୀ ଚୁଡ଼ାପାଳିରେ ଏକ ବିରାଟ ସ୍ମୃତି ସଭାର ଆୟୋଜନ କରିଥିଲା । ଏଥିରେ ବଲାଙ୍ଗୀରବାସୀ ସାମିଲ ହୋଇ ସେହି ଇତିହାସ ସମ୍ପର୍କରେ ଜାଣିବାକୁ ପାଇଥଲେ ।

ଇତିହାସ କାର ଶିବ ନନ୍ଦ କହିଛନ୍ତି, ବଲାଙ୍ଗୀର ପାଟଣାରେ ସ୍ଵାଧୀନତା ସଂଗ୍ରାମ 1930 ପରେ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଥିଲା । ଏହି ପ୍ରଜା ମେଳି ସବୁଠୁ ବଡ଼ ଥିଲା । ଯେଉଁଠି ଯୋଗେଶ୍ୱର କୁମୁରା ଚାଷୀ ମାନଙ୍କ ସହିତ ଥିବା ବେଳେ ତାଙ୍କର ସମସ୍ୟାକୁ ସେ ହୃଦୟଙ୍ଗମ କରି ହକ ପାଇଁ ଲଢେଇ ଆରମ୍ଭ କରିଥିଲେ। ପୂର୍ବରୁ ସ୍ୱଦେଶୀ ଜିନିଷ ବ୍ୟବହାର ପାଇଁ ମଧ୍ୟ ପ୍ରଚାର ପ୍ରସାର କରି ଇଂରେଜଙ୍କ ପାଇଁ କଣ୍ଟା ସାଜିଥିଲେ ଯୋଗେଶ୍ୱର ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details