ଓଡିଶା

odisha

ETV Bharat / state

ଅମାନିଆଙ୍କୁ ସାବାଡ କରୁଛି ପୋଲିସ, 17 ହଜାରରୁ ଉର୍ଦ୍ଧ୍ବ ଫାଇନ ଆଦାୟ - ଅମାନିଆଙ୍କୁ ସାବାଡ କରୁଛି ପୋଲିସ

ଜିଲ୍ଲା ପ୍ରଶାସନ ତିନି ଜଣ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦେଇ ତିନୋଟି ଟିମ ଗଠନ କରିଛି । ଯେଉଁମାନେ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଏହି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଧିକ ପଢନ୍ତୁ...

ଅମାନିଆଙ୍କୁ ସାବାଡ କରୁଛି ପୋଲିସ, 17 ହଜାରରୁ ଉର୍ଦ୍ଧ୍ବ ଫାଇନ ଆଦାୟ
ଅମାନିଆଙ୍କୁ ସାବାଡ କରୁଛି ପୋଲିସ, 17 ହଜାରରୁ ଉର୍ଦ୍ଧ୍ବ ଫାଇନ ଆଦାୟ

By

Published : Apr 27, 2020, 9:23 PM IST

Updated : Apr 28, 2020, 8:23 PM IST

ବଲାଙ୍ଗୀର: କୋରୋନା ପ୍ରଭାବରୁ ଏପର୍ଯ୍ୟନ୍ତ ମୁକ୍ତ ରହିଛି ଜିଲ୍ଲା । ଫଳରେ ଏହା ଗ୍ରୀନ ଜୋନର ଅନ୍ତର୍ଭୁକ୍ତ ହୋଇଛି । ତେବେ ଲକଡାଉନ ଜାରି ରହିଥିବା ବେଳେ କିଛି ଅଭ୍ୟାସ ଗତ ଅମାନିଆ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ।

ଅମାନିଆଙ୍କୁ ସାବାଡ କରୁଛି ପୋଲିସ, 17 ହଜାରରୁ ଉର୍ଦ୍ଧ୍ବ ଫାଇନ ଆଦାୟ

ଯାହାକୁ ନେଇ ଜିଲ୍ଲା ପ୍ରଶାସନ କଠୋର ହୋଇ ପଦକ୍ଷେପ ନେବା ଆରମ୍ଭ କରିଛି । ବିନା ମାସ୍କରେ ଅଯଥାରେ ବୁଲାବୁଲି କରୁଥିବା ଲୋକଙ୍କୁ ଧରି ଫାଇନ ଆଦାୟ କରିଛି । ଜିଲ୍ଲା ପ୍ରଶାସନ ତିନି ଜଣ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦେଇ ତିନୋଟି ଟିମ ଗଠନ କରିଛି । ଯେଉଁମାନେ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଏହି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କୁ ଧରିଥିବାବେଳେ 17 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଫାଇନ ଭାବରେ ଆଦାୟ ହୋଇଛି । ଆଗକୁ ମଧ୍ୟ ଏହି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 28, 2020, 8:23 PM IST

ABOUT THE AUTHOR

...view details