ଓଡିଶା

odisha

By

Published : Dec 18, 2021, 8:28 PM IST

Updated : Dec 18, 2021, 9:06 PM IST

ETV Bharat / state

ଯାହାର କେହି ନାହିଁ, ତାପାଇଁ ବଲାଙ୍ଗୀର ପୋଲିସ୍‌ ଅଛି

ବଲାଙ୍ଗୀର ପୋଲିସ୍ ଦେଖାଇଲା ମାନବିକତା । ଜଣେ ଅଜଣା ବୃଦ୍ଧଙ୍କ ମୃତଦେହକୁ ନିଜେ ପୋଲିସ୍ କର୍ମୀ କାନ୍ଧ ଦେବା ସହ ସମ୍ମାନର ସହ ଅନ୍ତିମ ସଂସ୍କାର କରିଛନ୍ତି । ଅଧିକ ପଢନ୍ତୁ

balangir police shows humanity made cremation of unknown body
ଯାହାର କେହି ନାହିଁ, ତାପାଇଁ ପୋଲିସ୍‌ ଅଛି

ବଲାଙ୍ଗୀର: ବଲାଙ୍ଗୀର ପୋଲିସ୍ ଦେଖାଇଲା ମାନବିକତା । ଜଣେ ଅଜଣା ବୃଦ୍ଧଙ୍କ ମୃତଦେହକୁ ନିଜେ ପୋଲିସ୍ କର୍ମୀ କାନ୍ଧ ଦେବା ସହ ସମ୍ମାନର ସହ ସଂସ୍କାର କରିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ମଧ୍ୟରୁ ଜଣେ ବୃଦ୍ଧଙ୍କୁ ତିନି ଦିନ ତଳେ ଉଦ୍ଧାର କରା ଯାଇଥିଲା । ପରେ ତାଙ୍କୁ କଣ୍ଟାବାଞ୍ଜି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଯାହାର କେହି ନାହିଁ, ତାପାଇଁ ବଲାଙ୍ଗୀର ପୋଲିସ୍‌ ଅଛି

ଏହାମଧ୍ୟ ପଢନ୍ତୁ: ଘରେ ପଶି ଯୁବକକୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ତେବେ ମୃତ ବୃଦ୍ଧଙ୍କ ପରିଚୟ ମିଳି ନ ପାରିବା ଯୋଗୁଁ ତାଙ୍କର ମୃତଦେହ ଡାକ୍ତରଖାନା ପରିସରରେ ପଡ଼ି ରହିଥିଲା । ତେବେ କଣ୍ଟାବାଞ୍ଜି ପୋଲିସ୍ ଏହି ଖବର ପାଇ ମୃତଦେହକୁ ଉଦ୍ଧାର କରି ରୀତିନୀତି ଅନୁସାରେ କୋକେଇରେ ନିଜେ ପୋଲିସ୍ କର୍ମୀ କାନ୍ଧ ଦେଇ ସ୍ଥାନୀୟ ଶ୍ମଶାନକୁ ନେଇଥିଲେ । ଏବଂ ସେଠି ସମ୍ମାନର ସହ ଅନ୍ତିମ ସଂସ୍କାର କରିଥିଲେ ।

ତେବେ ଯାହାର କେହି ନାହାନ୍ତି ତାଙ୍କ ପାଇଁ ପୋଲିସ୍ ସଦା ସର୍ବଦା ଛିଡା ହୋଇଛି ଓ ସୁରକ୍ଷା ସହିତ ମାନବ ସେବା ଯୋଗାଇ ଆସୁଥିବାର ପୋଲିସ୍ କହିଛି । ସେପଟେ ପୋଲିସ୍‌ର ଏହି ମହତ୍ କାମ ପାଇଁ ସମସ୍ତେ ପ୍ରଶଂସା କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

Last Updated : Dec 18, 2021, 9:06 PM IST

ABOUT THE AUTHOR

...view details