ଓଡିଶା

odisha

ETV Bharat / state

ମ୍ୟୁନିସନ୍ସ କମ୍ପାନୀ ହାତରେ ବଡ଼ମାଳ ଗୋଳା ବାରୁଦ କାରଖାନା - ମ୍ୟୁନିସନ୍ସ କମ୍ପାନୀ

ବଲାଙ୍ଗୀରର ବଡ଼ମାଳ ଗୋଳା ବାରୁଦ କାରଖାନାକୁ ମ୍ୟୁନିସନ୍ସ(Munitions) କମ୍ପାନୀ ପରିଚାଳିତ କରିବ । ଅଧିକ ପଢନ୍ତୁ...

କମ୍ପାନୀ ହାତରେ ବଡ଼ମାଳ ଗୋଳା ବାରୁଦ କାରଖାନା
କମ୍ପାନୀ ହାତରେ ବଡ଼ମାଳ ଗୋଳା ବାରୁଦ କାରଖାନା

By

Published : Oct 15, 2021, 7:52 PM IST

ବଲାଙ୍ଗୀର:ବଡ଼ମାଳ ଗୋଳାବାରୁଦ କାରଖାନା ଆଜି(ଶୁକ୍ରବାର) କେନ୍ଦ୍ର ଦ୍ବାରା ପରିଚାଳିତ ହେବାକୁ ଥିବା ମ୍ୟୁନିସନ୍ସ କମ୍ପାନୀ ହାତକୁ ଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବଲାଙ୍ଗୀର ସାଂସଦ ସଙ୍ଗୀତ କୁମାରୀ ସିଂହ ଦେଓ ଏହାର ଶୁଭାରମ୍ଭ କରିଛନ୍ତି ।

ମ୍ୟୁନିସନ୍ସ କମ୍ପାନୀ ହାତରେ ବଡ଼ମାଳ ଗୋଳା ବାରୁଦ କାରଖାନା

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବଲାଙ୍ଗୀର ସଇଁତଲା ବଡ଼ମାଳ ଗୋଳବାରୁଦ କାରଖାନା ଆଜି ନିଗମ ହାତକୁ ବା କେନ୍ଦ୍ର ପରିଚାଳିତ କମ୍ପାନୀ ମ୍ୟୁନିସନ୍ସ କମ୍ପାନୀ ହାତକୁ ଚାଲି ଯାଇଛି। ଏହି ଗୋଳା ବାରୁଦ କାରଖାନାର ପରିଚାଳନା ଏବେ ମହାରାଷ୍ଟ୍ର ପୁନେର ମ୍ୟୁନିସନ୍ସ ଭାରତ ଲିମିଟେଡ଼ କମ୍ପାନୀ କରିବ । ସୂଚନା ଅନୁସାରେ ଏହି ନିଗମରେ ବଲାଙ୍ଗୀର ଜିଲ୍ଲାର ଗୋଳବାରୁଦ କାରଖାନା ସମତେ ଅନ୍ୟ ୧୧ଟି କରଖାନା ସାମିଲ କରାଯାଇଛି ।

ସେହିପରି ଅକ୍ଟୋବର ୧ ତାରିଖରୁ ସରକାରଙ୍କ ଦ୍ବାରା ପୂର୍ବରୁ ନିଯୁକ୍ତ କର୍ମଚାରୀ ଓ ଅଧିକାରୀମାନେ ୨ ବର୍ଷର ଡେପୁଟେସନରେ ଏହି ନିଗମରେ କାର୍ଯ୍ୟ କରିବେ । ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଥିବା ବେଳେ ବଲାଙ୍ଗୀର ସାଂସଦ ସଙ୍ଗୀତ କୁମାରୀ ସିଂହ ଦେଓ ମଧ୍ୟ ବଡ଼ମାଳ ଗୋଳା ବାରୁଦ କାରଖାନା ପରିସରରେ ଉପସ୍ଥିତ ଥିଲେ। ଏହାଦ୍ବାରା ଦେଶର ପ୍ରତିରକ୍ଷା ପାଇଁ ଆବଶ୍ୟକ ଥିବା ଅସ୍ତ୍ର ଶସ୍ତ୍ର ପାଇଁ ଭାରତ ନିଜେ ନିର୍ଭରଶୀଳ ହୋଇପାରିବ ବୋଲି ଆଶା କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details