ବଲାଙ୍ଗୀର: ବୃଦ୍ଧ ଦମ୍ପତ୍ତି ତୀର୍ଥ କରିବାକୁ ଯାଇଥିବାବେଳେ ଆଲ୍ଲାହବାଦରେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ପରିବାର ଲୋକ ପୋଲିସର ସହାୟତା ଲଢ଼ିଥିବା ବେଳେ ଶୀଘ୍ର ତାଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି ।
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସିକୁଆଁ ଗ୍ରାମର ହାଡୁ ମିଶ୍ର ଓ ତାଙ୍କ ସ୍ତ୍ରୀ ତୀର୍ଥ କରିବାକୁ ଗାଁର ଅନ୍ୟ ଏଗାର ଜଣଙ୍କ ସହ ଉତ୍ତର ଭାରତ ଯାଇଥିଲେ । ସେମାନେ ଆଲ୍ଲାହବାଦରେ ପହଞ୍ଚି ଗଙ୍ଗା ନଦୀରେ ପୂଜା ଅର୍ଚ୍ଚନା କରୁଥିବା ବେଳେ ହାଡୁ ମିଶ୍ର ନିଖୋଜ ହୋଇଯାଇଥିଲେ। ଯାହାକୁ ନେଇ ତାଙ୍କ ପରିବାର ଲୋକ ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଆଜିକୁ 18 ଦିନ ବିତଥିଲେ ସୁଦ୍ଧା ତାଙ୍କ କୌଣସି ପତ୍ତା ମିଳିପାରିନାହିଁ ।