ଓଡିଶା

odisha

ETV Bharat / state

ବଲାଙ୍ଗୀର ମହିଳା ପୌର କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ

ବଲାଙ୍ଗୀର ପୌରପାଳିକାର ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍ । ପ୍ରେମ ସମ୍ପର୍କ ପାଇଁ ମହିଳା କର୍ମଚାରୀ ଅଷ୍ଟମୀ ବକୁଳଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ପୌରପାଳିକାର ମହିଳା କର୍ମଚାରୀ ମୃତ୍ୟୁ ଘଟଣା, ପର୍ଦ୍ଦାଫାଶ କଲା ପୋଲିସ୍
ପୌରପାଳିକାର ମହିଳା କର୍ମଚାରୀ ମୃତ୍ୟୁ ଘଟଣା, ପର୍ଦ୍ଦାଫାଶ କଲା ପୋଲିସ୍

By

Published : Sep 29, 2022, 7:57 PM IST

Updated : Sep 29, 2022, 9:25 PM IST

ବଲାଙ୍ଗୀର:ମହିଳା ପୌର କର୍ମଚାରୀଙ୍କ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମ ସମ୍ପର୍କ ଓ ପୂର୍ବ ଶତୃତା ପାଇଁ ହୋଇଥିଲା ହତ୍ୟା । ବଲାଙ୍ଗୀର ବେହେରା ପାଲିର ବାଲେକ୍ ଓରଫ ଗୁଳଠୁ ତାଣ୍ଡି ହତ୍ୟା କରିଥିବା ନେଇ ତଦନ୍ତରୁ ଜଣାପଡିଛି । ପୋଲିସ ଅଭିଯୁକ୍ତ ଗୁଳଠୁ ତାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୌରପାଳିକାର ମହିଳା କର୍ମଚାରୀ ମୃତ୍ୟୁ ଘଟଣା, ପର୍ଦ୍ଦାଫାଶ କଲା ପୋଲିସ୍

ସୂଚନା ଅନୁଯାୟୀ, ଗତ 25 ତାରିଖ ଦିନ ପୌରପାଳିକାରେ କାର୍ଯ୍ୟରତ ମହିଳା କର୍ମଚାରୀ ଅଷ୍ଟମୀ ବକୁଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ବଲାଙ୍ଗୀର ବିଜାଖମାନ ଗ୍ରାମ ପାଖରୁ ଅଷ୍ଟମୀ ବକୁଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଅଷ୍ଟମୀ ବକୁଳଙ୍କୁ ହତ୍ୟା କରା ଯାଇଥିବା ଜଣା ପଡ଼ିଥିଲା । ଏହି ଘଟଣାରେ ବଲାଙ୍ଗୀର ବେହେରା ପାଲିର ବାଲେକ୍ ଓରଫ ଗୁଳଠୁ ତାଣ୍ଡିଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରିଥିଲା । ପୋଲିସ ଜେରା ବେଳେ ଅଭିଯୁକ୍ତ ବାଲେକ୍ ଓରଫ ଗୁଳଠୁ ତାଣ୍ଡି ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲା ।

ପୂର୍ବ ଶତୃତା ଓ ପ୍ରେମ ସମ୍ପର୍କକୁ ନେଇ ମହିଳା କର୍ମଚାରୀ ଅଷ୍ଟମୀଙ୍କୁ ହତ୍ୟା କରାଯାଇଥିବା ବଲାଙ୍ଗୀର ଏସ ପି ନୀତିନ କୁଶଳ କର କହିଛନ୍ତି । ବଲାଙ୍ଗୀର ଏସ ପି ନୀତିନ କୁଶଳ କର କହିଛନ୍ତି, ଗତ ୨୫ ତାରିଖ ହତ୍ୟା ଘଟଣା ଘଟିଥିଲା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପ୍ରେମ ସଂପର୍କକୁ ନେଇ ପୂର୍ବ ଶତୃତା ରହିଥିଲା । ପୋଲିସ ପାଇଁ ଏହି ଘଟଣାର ତଦନ୍ତ କରିବା ଚାଲେଞ୍ଜିଂ ଥିଲା । କାରଣ ଦୁର୍ଗମ ଅଞ୍ଚଳରେ ଘଟଣା ଘଟିଥିଲା ଏବଂ ସେ ଅଞ୍ଚଳରେ ସିସି ଟିଭି ନଥିଲା କି କେହି ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ନଥିଲେ ।"

ସେପଟେ ଏଭଳି ଏକ ହତ୍ୟା ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିଥିବାରୁ ତଦନ୍ତ ଅଧିକାରୀଙ୍କୁ ସାବାସି ଦେଇଛନ୍ତି ଏସପି । ଅଭିଯୁକ୍ତ ଠାରୁ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ପୋଲିସ୍ ଜବତ କରିଛି । ପୋଲିସ ଅଭିଯୁକ୍ତ ଗୁଳଠୁ ତାଣ୍ଡିକୁ ଘଟଣା ସ୍ଥଳକୁ ନେଇ ହତ୍ୟାଘଟଣାର ସିନ ରିକ୍ରିଏସନ୍ କରିଥିଲା । ସେପଟେ ହତ୍ୟା କାଣ୍ଡର ମାତ୍ର ୪ ଦିନ ମଧ୍ୟରେ ପୋଲିସ୍ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିବାରୁ ସାଧାରଣରେ ପୋଲିସ୍ କୁ ପ୍ରଶଂସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀରରେ ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା ! ତନାଘନା ଜାରି

ସୂଚନା ଥାଉକି, ବଲାଙ୍ଗୀର ଜିଲ୍ଲା ବିଜାଖମାନ ନିକଟରେ ଥିବା ପୌରସଂସ୍ଥାର ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ମହିଳା ପୌର କର୍ମଚାରୀ ଅଷ୍ଟମୀ ବକୁଳଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ମୃତଦେହ ନିକଟରେ ଏକ ସାଇକେଲ ମଧ୍ୟ ପଡି ରହିଥିଲା । ଆବର୍ଜନା ପରିଚାଳନା କେନ୍ଦ୍ରର କିଛି ଦୂରରେ ଏକ ବୁଦା ନିକଟରେ ଅଷ୍ଟମୀ ବକୁଳଙ୍କ ମୃତଦେହ ପଡିଥିବାର ଲୋକେ ଦେଖିଥିଲେ । ଅଭିଯୋଗ ପରେ ବଲାଙ୍ଗୀର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 29, 2022, 9:25 PM IST

ABOUT THE AUTHOR

...view details