ବଲାଙ୍ଗୀର:ସହରରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦାଉ ସାଧିଛି ପିଇବା ପାଣି ସମସ୍ୟା । ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହୋଊଛନ୍ତି ସହରବାସୀ । ତେବେ ଏଭଳି ସ୍ଥିତିରେ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି ବଲାଙ୍ଗୀର ପୌରାଧ୍ୟକ୍ଷା ଲୀକା ସାହୁ । ସୂଚନା ଅନୁସାରେ, ସହରର ଅନେକ ସ୍ଥାନକୁ ପାଇପ ଯୋଗେ ପାଣି ପହଞ୍ଚି ପାରିନାହିଁ ।
ସେହିପରି ଯେଉଁଠି ପାଇପ ଲାଇନ୍ ଅଛି ସେଠି ମଧ୍ୟ ଚାରି ଦିନରେ ଥରେ ପାଣି ଏକ ଘଣ୍ଟା ପାଇଁ ଦିଆଯାଇଛି । ଯାହାଫଳରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହୋଊଛନ୍ତି । ଏହାର ସମାଧାନ ପାଇଁ ଘନ ଘନ ବୈଠକ ସତ୍ତ୍ୱେ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ତେବେ ନବ ନିର୍ବାଚିତ ପୌରାଧକ୍ଷା ଲୀକା ସାହୁ ନିଜେ ସ୍ଥିତି ପରିଖିବା ସହ ବଲାଙ୍ଗୀର ସହରକୁ ପାଣି ଆସୁଥିବା ଲିଫ୍ଟ ପଏଣ୍ଟକୁ ନିଜେ ଯାଇ ସମସ୍ୟାର ଅନୁଧ୍ୟାନ କରିଛନ୍ତି ।