ଓଡିଶା

odisha

ETV Bharat / state

Fake Certificate Issue : ୧୪ଦିନ ବିତିଲାଣି, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ - କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା । କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 14, 2023, 5:33 PM IST

କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ବଲାଙ୍ଗୀର:ରାଜ୍ୟରେ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇବା ଘଟଣା ଏବେ ଚହଳ ପକାଇଛି । ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ । ବଲାଙ୍ଗୀର ପୋଲିସ ଏହାର ଯେଉଁ ପର୍ଯ୍ୟନ୍ତ ତଦନ୍ତ କରିଥିଲେ ସେଇଠି ହିଁ କ୍ରାଇମବ୍ରାଞ୍ଚ ତଦନ୍ତ ସୀମିତ ରହିଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ସେପଟେ ମାମଲାରେ ଆହୁରି ୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଜେରା କରିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

କ୍ରାଇମବ୍ରାଞ୍ଚ ଟିମ୍‌ ଏହା ମଧ୍ୟରେ ଡାକ ବିଭାଗ, ରିଲାଏନ୍ସ କୋଚିଂ ସେଣ୍ଟର ଚଢ଼ାଉ କରିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଛି । ସେହିପରି ଅଭିଯୁକ୍ତଙ୍କ ସମ୍ପର୍କୀୟମାନଙ୍କୁ ଡାକି ଜେରା କରିଥିଲେ ଏବଂ ଅଭିଯୁକ୍ତର ଆର୍ଥିକ ନେଣଦେଣ ଉପରେ ଯାଞ୍ଚ କରି ୭ଟି ବ୍ୟାଙ୍କ ଆକାଉଣ୍ଟ ସହିତ ୫ଟି ପ୍ଲଟ ବେଆଇନ ବୋଲି ଫ୍ରିଜ କରିଥିଲେ । ସେହିପରି ଜବତ ଜମିଜମା କାଗଜର ଆଗକୁ କୌଣସି ବିକ୍ରି କାରବାର ରୋକ ଲଗାଇବା ପାଇଁ ସବ ରେଜିଷ୍ଟ୍ରାରକୁ ଚିଠି କରିଛି କ୍ରାଇମବ୍ରାଞ୍ଚ ।

ଏହା ବି ପଢନ୍ତୁ- ଜାଲ ସାର୍ଟିଫିକେଟରେ ମିଳିଥିଲା ଚାକିରି, ଧରା ପଡ଼ିବା ପରେ ଆଶାୟୀ ଫେରାର

ସେପଟେ ମାମଲାରେ କ୍ରାଇମବ୍ରାଞ୍ଚର କାର୍ଯ୍ୟ ଦକ୍ଷତା ଉପରେ ଏବେ ଅନେକ ପ୍ରଶ୍ନ ଉଠିଛି । ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏହି ଜାଲ ସାର୍ଟିଫିକେଟ ମାମଲା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, "ଏହା ଅତିସମ୍ବେଦନଶୀଳ ଘଟଣା । ଯାହାକି ଧୀରେଧୀରେ ଜଟିଳ ହେବାରେ ଲାଗିଛି । ଯେଭଳି ଆଶା ବିଶ୍ବାସ ଥିଲା ସେମିତି କ୍ରାଇମବ୍ରାଞ୍ଚ କାମ କରୁନାହିଁ । ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଅନ୍ୟ କାହାକୁ ଗିରଫ କରୁନଥିବା ବେଳେ ତଦନ୍ତର ଗତି ଉପରେ କିଛି ସ୍ପଷ୍ଟ ସୂଚନା ଦେଉନାହିଁ । ଯାହା ଫଳରେ ଲୋକେ ତାଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ କଲେଣି ।"

ସେ ଆହୁରି କହିଛନ୍ତି, "ପ୍ରତ୍ୟେକ ତଦନ୍ତକାରୀ ସଂସ୍ଥା ବିଶ୍ବାସଭାଜନ ହେବା ଆବଶ୍ୟକ । କ୍ରାଇମବ୍ରାଞ୍ଚ ପ୍ରେସ୍‌ମିଟ ମାଧ୍ୟମରେ ଲୋକଙ୍କୁ ତଦନ୍ତର ଅଗ୍ରଗତି ନେଇ ସୂଚିତ କରିବା କଥା ଏବଂ ଜାଲ୍‌ ସାର୍ଟିଫିକେଟ ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।" ସେପଟେ କ୍ରାଇମବ୍ରାଞ୍ଚର ଡିଏସପି ମାମଲାର ତଦନ୍ତ ନେଇ ସୂଚନା ଦେଇ କହିଛନ୍ତି, "ଏହାର ସବୁ ଦିଗକୁ ତଦନ୍ତ କରାଯାଉଛି । ଆଗକୁ କାହାକୁ ଗିରଫ କରାଯିବ ତାହାକୁ ନେଇ ଉପର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ଶିକ୍ଷା ବିଭାଗ କିମ୍ବା ଅନ୍ୟ କୌଣସି ସ୍ଥାନରେ ଆସୁଥିବା ଅଭିଯୋଗର ତଦନ୍ତ ସ୍ଥାନୀୟ ପୋଲିସ ହିଁ କରିବ ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details